ଦିବ୍ୟାଙ୍ଗଙ୍କ ମହାନତା

ବେଗୁନିଆ: ଲୋକେ ଦାନ ଧର୍ମ କରିବାକୁ ଅମଙ୍ଗ ହେଉଥିବା ବେଳେ , ଜଣେ ଦିବ୍ୟାଙ୍ଗ ଭିକ୍ଷାବୃତି କରି ମନ୍ଦିର ନିର୍ମାଣ କରୁଛନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ୍ ବାଘମାରୀ ଅଟ୍ରୀ ଅଂଚଳରେ । ଦିବ୍ୟାଙ୍ଗ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ରଘୁ ରାଉତ । ରଘୁ ଜନ୍ମରୁ ଅନ୍ଧ ଥିଲେ । ପରିବାର ଲୋକଙ୍କ ଠାରୁ ସ୍ନେହ ମମତା ନପାଇ ସେ ଘର ଛାଡିଥିଲେ । ଘରୁ ବାହାରି ଯିବା ପରେ ସେ ଭିକ୍ଷାବୃତି କରିବା ଆରମ୍ଭ କରିଥିଲେ । ତାଙ୍କର ପିଲାଟି ଦିନରୁ ଆଖଣ୍ଡଳି ମନ୍ଦିର ନିର୍ମାଣ କରିବାକୁ ପ୍ରବଳ ଇଛା ଥିଲା । କୁହନ୍ତି ଇଛା ଥିଲେ ଉପାୟ ଆପେ ଆପେ ଆସେ । ରଘୁ ସଂଚୟ କରିଥିବା ଦେଢ ଲକ୍ଷ ଟଙ୍କାରେ ହଟ୍ଟକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶନିଶ୍ଚର ମନ୍ଦିର ନିର୍ମାଣ କରୁଛନ୍ତି । ତାଙ୍କର ଏପରି ମହାନତା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments (0)
Add Comment