ଭୁବନେଶ୍ୱର: କରୋନା ମହାମାରୀ ସଂକଟ ବେଳେ ଓଡିଶାକୁ ଆଉ ଏକ ବିପଦ ଆସୁଛି । ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି । ଏହି କାରଣରୁ ଏହି ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ପୁରୀ ଜିଲ୍ଲାରେ ୫୫ ପ୍ରତିଶତ ବର୍ଷା ହୋଇଥିବା ବେଳେ , ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ, କଟକ, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ଅନ୍ୟ ପକ୍ଷରେ ନୂଆପଡା, ଗଜପତି, ବୈାଦ୍ଧ, ମାଲକାନଗିରି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡା, ସମ୍ବଲପୁର, ବଲାଙ୍ଗିର, ବରଗଡ, ଅନୁଗୁଳ, ଦେବଗଡ, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।