୨୦ରୁ ‘ଜାୱା ପୈରାକ୍’ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଦେଶର ପ୍ରଥମ ଫ୍ୟାକ୍ଟ୍ରି କଷ୍ଟମାଇଜଡ୍ ମୋଟର ସାଇକେଲ୍ ଜାୱା ପୈରାକ୍ ଭାରତୀୟ ସଡକରେ ଗଡିବ । ଦେଶବ୍ୟାପି ସମସ୍ତ ଡିଭଲସିପରେ ଏହା ବିକ୍ରି କରିବା ପାଇଁ ଉପଲବ୍ଧ ହେବ ବୋଲି କ୍ଳାସିକ୍ ଲିଜେଣ୍ଡ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମ୍ପର୍କରେ ସୂଚନା ଦେଇ କ୍ଳାସିକ୍ ଲିଜେଣ୍ଡ୍ସ ସହ-ପ୍ରତିଷ୍ଠାତା ଅନୁପମ ଥରେଜା କହିଛନ୍ତି , ଜାୱା ପୈରାକରେ ୩୩୪ ସିସି ଲିକ୍ୱିଡ୍ କୁଲଡ , ସିଙ୍ଗଲ ସିଲିଣ୍ଡର ଫୋର ଷ୍ଟେ୍ରକ୍ ଡିଓଏଚସି ଇଞ୍ଜିନ ଖଞ୍ଜାଯାଇଛି , ଯାହାକି ୩୦.୬୪ ପିଏସ୍ ଶକ୍ତି ଓ ୩୨.୭୪ ଏନଏମ ଟର୍କ ସୃଷ୍ଟି କରିବ ।

Comments (0)
Add Comment