୯ ରାଜ୍ୟକୁ କେନ୍ଦ୍ରସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣ ବୃଦ୍ଧି ପାଉଥିବାରୁ କ୍ୟାବିନେଟ୍ ସଚ୍ଚିବ ୯ଟି ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଟେଷ୍ଟି ପାଇଁ ୯ଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହି ରାଜ୍ୟ ଗୁଡିକ ହେଲେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚମବଙ୍ଗ ଓ ଆସାମ । କେନ୍ଦ୍ରସରକାର ରାଜ୍ୟମାନଙ୍କୁ ଆହୁରି ସଚେତନ ହେବା ପାଇଁ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ଗୋଷ୍ଟି ସଂକ୍ରମଣ ରୋକାଯାଇପାରିବ ।

Comments (0)
Add Comment