ନୂଆଦିଲ୍ଲୀ: ଏକ ବର୍ଷ ମଧ୍ୟରେ ସୁନା ଦର ୨୫ ପ୍ରତିଶତ ବୃଦ୍ଧି ହୋଇଛି । ମହାମାରୀ କରୋନା ଭାଇରସ୍ ସୁନା ଦରକୁ ଅଧିକ ପ୍ରଭାବିତ କରିଛି । ଯେଉଁଥିପାଇଁ ପ୍ରତିଦିନ ସୁନାଦର ବୃଦ୍ଧି ହେବାରେ ଲାଗିଛି । ସୁନା ଦର ୧୦ ଗ୍ରାମ ପିଛା ତୀବ୍ର ଗତିରେ ବଢି ୪୯ ହଜାର ୫୦୦ ଟଙ୍କାରେ ପହଁଚିଛି । କେବଳ ସୁନା ଦର ବଢିନାହିଁ ରୂପା ଦର ମଧ୍ୟ ଆକାଶ ଛୁଆଁ ହୋଇଛି । ରୁପା କିଲୋଗ୍ରାମ ପିଛା ୫୬ ହଜାର ୮୮୧ ଗ୍ରାମ ହୋଇଛି । ଅନ୍ତର୍ଜାତୀୟ ବଜାରରେ ସ୍ୱର୍ଣ୍ଣ ଓ ରୁପା ଅଳଙ୍କାର ଦର ବଢିଥିବାରୁ ଏହା ଭାରତୀୟ ବଜାର ଉପରେ ପ୍ରଭାବ ପକାଉଛି । ୨୦୧୩ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ଏତେ ପରିମାଣରେ ସୁନା ଦର ବଢିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।