ନୂଆଦିଲ୍ଲୀ: ଏସିଆର ସର୍ବଶ୍ରେଷ୍ଟ ଧନୀ ତାଲିକାରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବେ ବର୍କଶେୟାର ହାଥାୱେର ୱାରେନ୍ ବଫେଙ୍କୁ ଅତିକ୍ରମ କରିଛନ୍ତି । ୬୮୩୦ କୋଟି ଡଲାର ନେଟ୍ ସମ୍ପତି ସହ ସେ ଏବେ ବିଶ୍ୱର ସପ୍ତମ ଧନୀ ତାଲିକାରେ ଅଛନ୍ତି ବୋଲି ବିଲିୟନେୟାରୁ ସୂଚୀରୁ ଏହା ଜଣାଯାଇଛି । ଅନ୍ୟପକ୍ଷରେ ବଫେଙ୍କ ସମ୍ପତି ପରିମାଣ ରହିଛି ୬୭୯୦ କୋଟି ଡଲାର । ରିଲାଏନ୍ସ ଜିଓରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବିପୁଳ ନିବେଶ ଆସିବା ପରେ ଆର୍ଆଇଏଲ୍ର ସେୟାର ମୂଲ୍ୟ ଦ୍ୱିଗୁଣିତ ହୋଇଛି । କରୋନାରେ ଭାରତର ଅନେକ ଉଦ୍ୟୋଗପତିଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା ବେଳେ ଗୋଟଏ ପରେ ଗୋଟିଏ ଚେକ୍ ସାଉଁଟିଛନ୍ତି ଅମ୍ବାନି । ବିଶ୍ୱର ଟପ୍-୧୦ ଧନୀ ତାଲିକାରେ ୬୩ ବର୍ଷୀୟ ଅମ୍ବାନି ହେଉଛନ୍ତି ଏକ ମାତ୍ର ଏସୀୟ ।