ଅତ୍ୟଧିକମୂଲ୍ୟ ଯୋଗୁଁ ଫାଇଜର ଟିକା କିଣିବନି ଭାରତ!


ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଏବେ ଫାଇଜର, ମଡର୍ଣ୍ଣା, ସ୍ପୁଟନିକ୍, କୋଭାସିଲ୍ଡ, କୋଭାକ୍ସିନ୍ ଆଦି ଟିକା ପ୍ରସ୍ତୁତ ହୋଇଥିଲା ବେଳେ ଫାଇଜର ୯୫% ସଫଳ ହୋଇଥିବା କୁହାଯାଇଛି । ବ୍ରିଟେନ୍, ଆମେରିକା ଏବଂ ୟୁରୋପର କେତେକ ରାଷ୍ଟ୍ର ଫାଇଜର ଟିକାର ବ୍ୟବହାର ଲାଗି ଅନୁମତି ଦେବା ସଙ୍ଗେ ସଙ୍ଗେ ଟିକାର ସାର୍ବଜନିନ କରିଥିଲା ବେଳେ ଅତ୍ୟଧିକ ମୂଲ୍ୟ ଯୋଗୁଁ ଭାରତ ଏବେ ଏହି ଟିକା କିଣିବା ସମ୍ଭାବନା ନଥିବା ଆଶଙ୍କା ସୃଷ୍ଟି ହୋଇଛି ।
କୋଭିଡ-୧୯ ପ୍ରତିରୋଧ ସକାଶେ ଦେଶରେ ଅନ୍ୟାନ୍ୟ ବିକଳ୍ପ ଟିକା ଉପଲବ୍ଧ ହେବାକୁ ଯାଉଥିବାରୁ ସରକାର ଫାଇଜର ନିର୍ମିତ ଟିକା ପ୍ରତି ଆଗ୍ରହ ପ୍ରକାଶ ନ କରି ପାରନ୍ତି ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି ।
ତେଣେ, ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ଫାଇଜର କରୋନାଭାଇରସ୍ ଟିକା ବଂଟନ ଆରମ୍ଭ ହୋଇଛି । ଆଜି ଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ନର୍ସିଙ୍ଗ ହୋମ୍ ବାସିନ୍ଦାଙ୍କୁ କରୋନାଭାଇରସ୍ ଟିକା ଦିଆଯିବ ବୋଲି ଆଶା କରାଯାଉଛି ।
କିନ୍ତୁ ଭାରତରେ ଫାଇଜର ନିର୍ମିତ କରୋନାଭାଇରସ୍ ଟିକାକରଣ ନ ହୋଇପାରିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହାର ମୂଲ୍ୟ । ୩୭ ଡଲାର୍ ଦାମ୍ ଥିବା ଗୋଟିଏ ଫାଇଜର ଟିକାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୨,୭୨୮ ଟଙ୍କା । ଏହି ଟିକା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ନିର୍ମିତ କୋଭାସିଲ୍ଡ ଏବଂ ରୁଷ୍ ନିର୍ମିତ କରୋନାଭାଇରସ୍ ଟିକା ଠାରୁ ଯଥେଷ୍ଟ ବ୍ୟୟବହୁଳ । ଏହି ଟିକା ସବୁ ପ୍ରାୟ ୧୦ ଡଲାର ବା ଭାରତୀୟ ମୁଦ୍ରାରେ ୭୩୭ରେ ମିଳିପାରିବ ।
ଏହାଛଡା, ବିଯୁକ୍ତ ୭୦ ଡିଗି୍ର ସେଲସିୟସ୍ ଶୀତଳିକରଣ ବ୍ୟବସ୍ଥାରେ ରହୁଥିବା ଫାଇଜର୍ ଟିକାକୁ ସଂରକ୍ଷଣ କରି ରଖିବା ଭାରତ ପାଇଁ କଷ୍ଟକର ହୋଇପାରେ ।
ଫାଇଜର ନିର୍ମିତ କରୋନାଭାଇରସ୍ ଟିକାର ଦାମ୍ ୩ ଡଙ୍କାର୍ (ଟ. ୨୨୦, ୯୫) ରହିଲେ ଭାରତ ଏଥିରୁ ୬୮୦ ନିୟୁତ କିଣିବ ଏବଂ ଏଥିପାଇଁ ୧.୯ ବିଲିୟନ ଡଲାର୍ ବ୍ୟୟ ହେବ ବୋଲି ପୂର୍ବରୁ ବର୍ଣ୍ଣଷ୍ଟିନ୍ ଆନାଲିଷ୍ଟସ୍ ଆକଳନ କରିଥିଲା । କିନ୍ତୁ, ଯଦି ଏହି ଟିକାର ମୂଲ୍ୟ ୧୩ ଡଲାର୍ ରହେ ତେବେ ଭାରତ ପାଇଁ ଏହାର ମୂଲ୍ୟ ପ୍ରାୟ ୧୨ ଗୁଣ ଅଧିକ ହୋଇଯିବ । ଏହାଛଡା, କେବଳ ସରକାରୀ ବରାଦ ଜରିଆରେ ଟିକା ବିକ୍ରୟ କରିବ ବୋଲି ଫାଇଜର କହିଥିବା କଥା ବିଜ୍ନେସ୍ ଷ୍ଟାଣ୍ଡାର୍ଡରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

Comments (0)
Add Comment