ଅତ୍ୟାବଶ୍ୟକ ସମାଗ୍ରୀରୁ ହଟିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ- ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ହେଲା ଫେସ୍ ମାସ୍କ ଓ ସାନିଟାଇଜର । ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି ଯେ, ଫେସ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧାତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବା ପରେ ଏହି ନିଷ୍ପତି ନିଆଯାଇଛି । ଅତ୍ୟାବଶ୍ୟକ ତାଲିକାରୁ ସରକାର ଏହାକୁ ହଟାଇବା ପରେ ଏହି ଦୁଇଟି ଜିନିଷର ଉତ୍ପାଦନରେ ନିୟୋଜିତ କମ୍ପାନୀଭୁଡିକ ଏବେ ନିଜ ହିସାବରେ ଫେସ ମାସ୍କ ଏବଂ ସାନିଟାଇଜର ମୂଲ୍ୟ ଧାର୍ଯ୍ୟ କରିପାରିବେ । ମାର୍ଚ୍ଚ ମାସରେ ଦେଶରେ କୋଭିଡ-୧୯ ମାମାଲା ବଡିବା ଆରମ୍ଭ ହେବାପରେ ବଜାରରେ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଅଭାବ ଦେଖାଯାଇଥିଲା । ଏହାକୁ ନଜରରେ ରଖି ସରକାର ଦ୍ରବ୍ୟର ମଊଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ ଫେସ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ସାମିଲ କରିଥିଲେ ।

Comments (0)
Add Comment