ଅନଲକ ୱାନରେ କରୋନା ସଂକ୍ରମଣ ବଢ଼ିବ : ‘ହୁ’ର ସତର୍କ ସୂଚନା

ନୂଆଦିଲ୍ଲୀ,୭ ।୦୬(ଏଜେନ୍ସି): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏଯାବତ୍ ବିସ୍ଫୋଟକ ହୋଇନାହିଁ । ଦେଶ ଲକ୍ଡାଉନ୍ ରହିଥିବାରୁ ସଂକ୍ରମିତ ହୋଇପାରିନଥିଲା କରୋନା । ଏବେ ଲକ୍ଡାଉନ୍ ଖୋଲିବା ପରେ ଅନଲକ୍ ୱାନ୍ ଚାଲିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବିସ୍ଫୋଟକ ହୋଇପାରେ ବୋଲି ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ଟିମ୍ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ଟିମ୍ ଶୁକ୍ରବାର କରୋନାର ମାରାତ୍ମକ ବାବଦରେ ଭାରତକୁ ଏଭଳି ସତର୍କ କରାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜରୁରୀକାଳୀନ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ନିର୍ଦେଶକ ମିସେଲ ରିଆନ୍ କହିଛନ୍ତି ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣିତ ହୋଇପାରେ ।
ଜେନେଭାରେ ରିଆନ୍ କହିଛନ୍ତି, ଭାରତରେ କରୋନାର ସ୍ଥିତି ସହର ଏବଂ ଗାଁରେ ଭିନ୍ନ ଭିନ୍ନ ରହିଛି । ଦକ୍ଷିଣ ଏସିଆରେ କରୋନାର ସ୍ଥିତି ବିସ୍ଫୋଟକ ହୋଇନାହିଁ । ପାକିସ୍ତାନ, ବାଂଲାଦେଶରେ ଏଯାବତ କରୋନା ବିସ୍ଫୋଟକ ହୋଇନାହିଁ । ଆଗାମୀ ଦିନରେ ବିସ୍ଫୋଟକ ହେବାର ସମ୍ଭାବନା ରହିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଏତେ ବିସ୍ଫୋଟକ ହୋଇନାହିଁ । ହେଲେ ଲକ୍ଡାଉନ୍ ଖୋଲିବା ପରେ ଦେଶର ଗତିବିଧି ସକ୍ରିୟ ହୋଇଛି । ତେଣୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଆଗାମୀ ଦିନରେ ବଢ଼ିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

Comments (0)
Add Comment