ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ମିଳିଲା ଆଗୁଆ ଜାମିନ

ତିରୁଅନନ୍ତପୁରମ୍‌: ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥିବା ଲକ୍ଷାଦ୍ୱୀପ ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ଶୁକ୍ରବାର ଦିନ କେରଳ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କ ବିରୋଧରେ ‘ଆଇପିସି’ ଧାରା ୧୨୪ଏ ଏବଂ ୧୨୪ବି ଅଧୀନରେ ରୁଜୁ ହୋଇଥିବା ‘ଏଫ୍‌ଆଇଆର୍ର’ ବିପକ୍ଷରେ ଲକ୍ଷାଦ୍ୱୀପ ଚଳଚ୍ଚିତ୍ର ନିର୍ମାତା ଐଶା ସୁଲ୍‌ତାନା ଫାଇଲ୍ କରିଥିବା ଜାମିନ ଆବେଦନକୁ ବିଚାରପତି ଅଶୋକ ମେନନ୍ ମଞ୍ଜୁର କରିଛନ୍ତି । ଲକ୍ଷାଦ୍ୱୀପବାସୀଙ୍କ ପାଇଁ କେନ୍ଦ୍ର ସରକାର କୋଭିଡ୍‌-୧୯କୁ ‘ଜୌବାସ୍ତ୍ର’ ଭାବେ ମୁତୟନ କରିଛନ୍ତି ବୋଲି ଗଣମାଧ୍ୟମ ଚାନେଲ୍‌ରେ ମନ୍ତବ୍ୟ ଦେବାରୁ ସୁଲ୍‌ତାନାଙ୍କୁ ବୁକ୍‌କରାଯାଇଥିଲା । ସେହି ଅନୁସାରେ, ଜୁନ୍ ୨୦ ତାରିଖ ଦିନ କବରତ୍ତି ଥାନାରେ ହାଜର ହେବା ଲାଗି ତାଙ୍କୁ ନିର୍ଦେଶ ଦିଆଯାଇଥିଲା । ସେଥିପାଇଁ, ସେ ଆଗୁଆ ଜାମିନ ଲାଗି ଆବେଦନ କରିଥିଲେ । ସୂଚନାଯୋଗ୍ୟ, ଜୁନ୍ ୧୭ ତାରିଖ ଦିନ ଜଣିକିଆ ଖଣ୍ଡପୀଠ ଐଶାଙ୍କୁ ସପ୍ତାହକ ପାଇଁ ଅସ୍ଥାୟୀ ମଧ୍ୟବର୍ତ୍ତୀକାଳିନ ଜାମିନ ମଞ୍ଜୁର କରିଥିଲେ । ଏହାଛଡ଼ା, ପଚରାଉଚୁରା ସମୟରେ ଥାନାକୁ ସେ ଓକିଲ ନେଇ ଯାଇପାରିବେ ବୋଲି ଖଣ୍ଡପୀଠ ଅନୁମତି ପ୍ରଦାନ କରିଥିଲେ ।

Comments (0)
Add Comment