ଆତଙ୍କବାଦୀଙ୍କ ଗୁଳିରେ ୩ମୃତ

ଦକ୍ଷିଣ କାଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ହରିପରିଗାମ୍ ତ୍ରାଲ୍ ଅଞ୍ଚଳରେ ଆତଙ୍କବାଦୀମାନେ ଘରେ ପ୍ରବେଶ କରି ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍‌ଓପି) ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଅଜ୍ଞାତ ଆତଙ୍କବାଦୀମାନଙ୍କ ଗୁଳିବର୍ଷଣରେ ସେମାନଙ୍କ ଝିଅ ମଧ୍ୟ ଆହତ ହୋଇଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ, ଗତରାତି ପ୍ରାୟ ୧୧ଟା ବେଳେ ଆତଙ୍କବାଦୀମାନେ ଏସ୍‌ପିଓ ଫୟାଜ୍ ଅହମ୍ମଦଙ୍କ ଘରେ ଧଷେଇ ପଶି ନିର୍ବିଚାର ଭାବେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିକାଣ୍ଡରେ ତାଙ୍କ ପତ୍ନୀ ଓ କନ୍ୟା ସାଙ୍ଘାତିକ ଆହତ ହୋଇଥିଲେ । ତନିଜଣଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଫୟାଜ୍ ଏବଂ ତାଙ୍କ ପତ୍ନୀ ରାଜା ବେଗମ୍‌ଙ୍କର ମୃତ୍ୟୁ ଘଟିଲା । ଅବସ୍ଥା ସଙ୍କଟାପନ୍ନ ଥିବା ସେମାନଙ୍କ ଝିଅ ରଫିଆକୁ ଶ୍ରୀନଗରସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପୁଲିସ ଆତତାୟୀମାନଙ୍କର ସନ୍ଧାନ ନେଉଛି । ପୁଲିସ କହିବା ଅନୁସାରେ, ନିହତ ଫୟାଜ୍ ଅହମଦ୍ ଥିଲେ ଅବନ୍ତୀପଡ଼ା ଅନ୍ତର୍ଗତ ହରିପରିଗ୍ରାମର ବାସିନ୍ଦା ।

Comments (0)
Add Comment