ଆହ୍ୱାନପୂର୍ଣ୍ଣ ସମୟରେ ବିଶ୍ୱ ସହିତ ଭାରତ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫ ।୦୬(ଏଜେନ୍ସି): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ବିଶ୍ୱ ଟିକା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି ସମ୍ମିଳନୀରେ ବିଶ୍ୱର ୫୦ଟି ଦେଶରୁ ବ୍ୟବସାୟ ନେତୃତ୍ୱ, ମିଳିତ ଜାତିସଂଘ ଏଜେନ୍ସି, ନାଗରିକ ସମାଜ, ସରକାରୀ ମନ୍ତ୍ରୀ, ରାଜ୍ୟ ଓ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ନିଜର ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସଙ୍କଟ ସମୟରେ ଭାରତ ବିଶ୍ୱ ସହିତ ଏକଜୁଟ ହୋଇ ଛିଡ଼ା ହୋଇଛି ।
ଶ୍ରୀ ମୋଦୀ କହିଥିଲେ, ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଏକ ପରିବାର ଭାବେ ଦେଖିବା ନିମନ୍ତେ ଶିକ୍ଷା ଦେଇଛି ଏବଂ ଏହି ମହାମାରୀ ସମୟରେ ଏହି ଶିକ୍ଷାକୁ ପାଳନ କରିବା ଲାଗି ଆମେ ପ୍ରୟାସ ଜାରି ରଖିଛୁ । ସେ କହିଥିଲେ, ଏହି ସମୟରେ ଭାରତ ନିକଟରେ ମହଜୁଦ ଥିବା ଔଷଧ ଆବଶ୍ୟକତା ଅନୁସାରେ ୧୨୦ଟି ଦେଶକୁ ଯୋଗାଇଛି । ପ୍ରଥମେ ପଡେ଼ାଶୀଙ୍କ ସହାୟତା କରିବା ପରେ ଅନ୍ୟ ଯେଉଁ ରାଷ୍ଟ୍ର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଯୋଗାଇଛି, ଏହାଛଡ଼ା ଭାରତର ବିପୁଳ ଜନସଂଖ୍ୟା ପାଇଁ ମଧ୍ୟ ଯଥେଷ୍ଟ ଔଷଧ ମହଜୁଦ କରି ରଖାଯାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୋଭିଡ-୧୯ ମହାମାରୀ କେତେକ କ୍ଷେତ୍ରରେ ବୈଶ୍ୱିକ ସହଯୋଗର ସୀମାକୁ ଉଜାଗର କରିଛି ଏବଂ ନିକଟ ଇତିହାସରେ ପ୍ରଥମ ଥର ଲାଗି ସମଗ୍ରୀ ମାନବ ସମାଜ ଏକ ସ୍ପଷ୍ଟ ସାଧାରଣ ଶତ୍ରୁକୁ ଦେଖିପାରିଛି । ଗାଭି ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ଏହା କେବଳ ଏକ ବୈଶ୍ୱିକ ମେଂଟ ନୁହେଁ ବରଂ ବୈଶ୍ୱିକ ଏକତାର ପ୍ରତୀକ । ଏହା ଆମକୁ ଚେତାଇ ଦେଉଛି ଯେ ଅନ୍ୟମାନଙ୍କୁ ସହାୟତା କରିବା ଦ୍ୱାରା ଆମେ ନିଜର ମଧ୍ୟ ସହାୟତା କରିପାରିବା । ସେ କହିଥିଲେ ଭାରତରେ ବିପୁଳ ଜନସଂଖ୍ୟା ଏବଂ ସୀମିତ ସ୍ୱାସ୍ଥ୍ୟ ସୁବିଧା ରହିଛି । ତେଣୁ ଆମ ଦେଶ ଟିକାକରଣର ଗୁରୁତ୍ୱକୁ ବୁଝିଥାଏ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାରଙ୍କ ପ୍ରଥମ କାର୍ଯ୍ୟକ୍ରମ ଥିଲା ମିଶନ ଇନ୍ଦ୍ରଧନୁଷ, ଯାହା ସାରା ଦେଶର ଶିଶୁ ଓ ଗର୍ଭବତୀ ମହିଳାଙ୍କ ସମ୍ପୂର୍ଣ୍ଣ ଟିକାକରଣକୁ ସୁନିଶ୍ଚିତ କରିଥିଲା, ଏହି ଅଭିଯାନ ବିଶାଳ ରାଷ୍ଟ୍ରର ଉପାନ୍ତ କ୍ଷେତ୍ରରେ ମଧ୍ୟ ପହଁଚିଥିଲା । ସେ କହିଥିଲେ ଯେ ସୁରକ୍ଷାକୁ ବଢ଼ାଇବା ନିମନ୍ତେ ଭାରତ ନିଜର ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ୬ଟି ନୂଆ ଟିକା ସାମିଲ କରିଛି ।
ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ ଯେ ଭାରତ ନିଜର ସମ୍ପୂର୍ଣ୍ଣ ଟିକା ଯୋଗାଣ ଲାଇନକୁ ଡିଜିଟାଲ କରିଛି ଏବଂ ଏକ ଇଲେକ୍ଟେ୍ରାନିକ ଟିକା ଗୁଇନ୍ଦା ନେଟୱର୍କ ବିକଶିତ କରିଛି ଯାହା ଏହାର କୋଲ୍ଡ ଚେନର ସ୍ୱଚ୍ଛତାକୁ ଅନୂ୍ୟନ କରିବ । ।

Comments (0)
Add Comment