ନୂଆଦିଲ୍ଲୀ: ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୃତ କରାଯାଇ ଅଗ୍ରାଧିକାର ଭିତିରେ ସାରା ଦେଶରେ ଲାଗୁ ହୋଇଛି । ବର୍ତମାନର ୩୦ କୋଟି ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଉଦ୍ଧିଷ୍ଟ ରହିବ ।
ନୂଆ ନିୟମକୁ ନେଇ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର.କେ. ସିଂହ କହିଛନ୍ତି ଯେ, ସାରା ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟୁତ ବଂଟନକାରୀ କଂପାନୀ ଏକଚଟିଆ କାରବାର ଚଳାଇଛନ୍ତି । ଏଭଳି ସ୍ଥିତିରେ ବିଜୁଳି ଉପଭୋକ୍ତାଙ୍କର କୌଣସି ବିକଳ୍ପ ନାହିଁ । ଏଣୁ ବିଦ୍ୟୁତ ଉପଭୋକ୍ତାଙ୍କ ଅଧିକାରର ସୂରକ୍ଷା ନିମନ୍ତେ ଏହି ନିୟମର ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିନିୟମର କାର୍ଯ୍ୟକାରିତା ଦ୍ୱାରା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଅଗ୍ରହୀ ଉପଭୋକ୍ତାଙ୍କୁ ଅବଶ୍ୟକସ୍ଥଳେ ସେମାନଙ୍କ ଦେୟ ଫେରସ୍ତ ଏବଂ ଅନ୍ୟାନ୍ୟ ସେବା ପାଇଁ ନିର୍ଦ୍ଧାରିତ ସମୟସୀମା ଓ ବ୍ୟବସ୍ଥାବଳୀ ଧାର୍ଯ୍ୟ କରାଯାଇଛି ।
ଏହି ନିୟମକୁ ଜାଣିଶୁଣି ଅବଜ୍ଞା କଲେ କିମ୍ବା ଉପଭୋକ୍ତାଙ୍କ ଅଧିକାରକୁ ଉଲ୍ଲଘଂନ କରାଗଲେ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ । ନୂଆ ନିୟମ ମୁତାବକ ନୂଆ ସଂଯୋଗ ପାଇଁ ମେଟ୍ରୋ ସିଟିଗୁଡିକରେ ଆବେଦନର ୭ଦିନ, ଅନ୍ୟାନ୍ୟ ମୁ୍ୟନିସିପାଲିଟି ଅଞ୍ଚଳରେ ୧୫ ଦିନ ଏବଂ ଗ୍ରାମାଞ୍ଚଳରେ ୩୦ ଦିନ ମଧ୍ୟରେ ସଂପୃକ୍ତ ଆବଂଟନକାରୀ କଂପାନୀକୁ ସେବା ଯୋଗାଇ ଦେବାକୁ ପଡିବ । ଯଦି ସେବା ନ ଯୋଗାଇବେ ତେବେ ବିଦ୍ୟୁତ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।