ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପାଇଁ ଚଳିତ ବର୍ଷ ସଂସଦରେ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି । ମହାମାରୀ କରୋନା ରୋକିବା ପାଇଁ ସମସ୍ତ ରାଜନୈତିକ ଦଳ ଶୀତ ଅଧିବେଶନକୁ ବନ୍ଦ ରଖି ସିଧାସଳଖ ଜାନୁଆରିରୁ ବଜେଟ୍ ଅଧିବେଶନ ପାଇଁ ସହମତି ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି ।
ବିବାଦୀୟ ନୂଆ କୃଷି ଆଇନ୍ ଉପରେ ଆଲୋଚନା କରିବାକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପତ୍ରର ଉତର ଦେଇ ଶ୍ରୀ ଯୋଶୀ ଶୀତକାଳୀନ ଅଧିବେଶନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସର ଲୋକସଭା ନେତା ଶ୍ରୀ ଚୌଧୁରୀ କୃଷି ଆଇନ୍ରେ ସଂଶୋଧନ କରିବାରୁ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏହା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ଏହାର ଉତର ର୍ଖିଛନ୍ତି ।
ତାଙ୍କ ଚିଠିର ଉତର ଦେଇ ମନ୍ତ୍ରୀ ଯୋଶୀ କହିଛନ୍ତି ଯେ, ସେ ସମସ୍ତ ଦଳର ନେତାଙ୍କ ସହ କଥା ହୋଇ ଶୀତ ଅଧିବେଶନ ବନ୍ଦ କରିବା ପାଇଁ ସହମତି ପ୍ରକାଶ ପାଇଛି । ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଗତ ସେପ୍ଟେମ୍ବରରେ ସଂସଦରେ ମୌସୁମୀ ଅଧିବେଶନ ଡକାଯାଇଥିଲା ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କଂଗ୍ରେସ ନେତା ଚୌଧୁରୀଙ୍କୁ ଉତର ଲେଖି ଜଣାଇଛନ୍ତି ଯେ, ଶୀତ ଦିନେ ଭାଇରସ୍ ବ୍ୟାପିବାର ଅଧିକ ଆଶଙ୍କା ରହିଥିବା କାରଣରୁ ଶୀତକାଳୀନ ଅଧିବେଶନକୁ ବନ୍ଦ ରଖିବା ନିଷ୍ପତି ନିଆଯାଇଛି । ଏହାଛଡା ଖୁବ୍ ଶୀଘ୍ର କରୋନା ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହି କାରଣୁ ପରବର୍ତୀ ଅଧିବେଶନ ପାଇଁ କୌଣସି ସମସ୍ୟା ଉପୁଜି ନପାରେ ବୋଲି କୁହାଯାଇଛି ।