ଏଲଏସିରେ ୩୫ ହଜାର ଅତିରିକ୍ତ ଯବାନ ମୁତୟନ କଲା ଭାରତ


ନୂଆଦିଲ୍ଲୀ- ଚୀନକୁ ମୁକାବିଲା କରିବା ପାଇଁ ଆର୍ନ୍ତଜାତୀୟ ସୀମାରେଖା ଇଲାକାରେ ୩୫ ହଜାର ଅତିରିକ୍ତ ଯବାନ ମୁତୟନ କଲା ଭାରତ । ସୂଚନା ଯୋଗ୍ୟଯେ ଭାରତ ଓ ଚୀନ ମଧ୍ୟରେ ୩୪୮୮ କିଲୋମିଟର ଦୀର୍ଘ ସୀମାନ୍ତ ବର୍ତି ଅଂଚଳ ରହିଛି । ଚୀନ ବାରମ୍ବାର ହମଲା କରୁଥିବାରୁ ଭାରତ ୩୫ ହଜାର ଅତିରିକ୍ତ ସେନା ମୁତୟନ କରିବାକୁ ବାଧ୍ୟ ହୋଇଛି । ଗତ ଜୁନ ୧୫ରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମୁହଁମୁହିଁ ହୋଇଥିବା ବେଳେ ଏଥିରେ ୨୦ ଭାରତୀୟ ଯବାନ ନିହତ ହୋଇଥିଲେ । ସେହିଦିନ ଠାରୁ ଉଭୟ ଦେଶ ମଧ୍ୟରେ ଉତେଜନା ଲାଗି ରହିଛି ।

Comments (0)
Add Comment