ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ୧୯ ମୃତ


ଥିରୁଅନନ୍ତପୁରମ- କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ପୂର୍ବତନ ବାୟୁସେନା ଟେଷ୍ଟ ପାଇଲଟ କ୍ୟାପଟେନ୍ ଡିଭି ସାଥେ ଏବଂ ତାଙ୍କ ସହାୟକ ପାଇଲଟ୍ ମଧ୍ୟ ଅଛନ୍ତି । ଆହାତ ଏବଂ ମୃତକଙ୍କ ବିଷୟରେ ଜାଣିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୦୫୬୫୪୬୬୩୯୦୩ ଜାରି କରାଯାଇଛି । ସୂଚନାଯୋଗ୍ୟ ଦୁବାଇରୁ କେରଳ କୋଝିକୋଡକୁ ଆସୁଥିଲା ଏହି ଏୟାର ଇଣ୍ଡିଆ ଏକ୍ସେପ୍ରେସ ବିମାନ । ସଂଧ୍ୟା ସମୟରେ ବିମାନ ଅବତରଣ କରିବା ସମୟରେ କ୍ରାସ କରିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦୁବାଇରୁ କାଝିକୋଡ୍ ଆସିବା ପରେ ପ୍ରଥମେ ଅବତରଣ ପ୍ରୟାସରେ ବିଫଳ ହୋଇଥିଲା । ଏହାପରେ ପୁଣି ବୁଲିଆସି କ୍ରାଶ ଲ୍ୟାଣ୍ଡ କରିଥିଲା । ବିମାନ କାରିପୁର ବିମାନବନ୍ଦରର ରନୱେରେ ଅବତରଣ କରିବା ପରେ ବିମାନଟି ଦୁଇ ଖଗଣ୍ଡ ହୋଇଯାଇଥିଲା । ବିମାନରେ ନିଆଁ ଲାଗି ନଥିବା ଜଣାପଡିଛି । ଏହି ବିଭାନ ବନେ୍ଦ ଭାରତ ମିଶନର ଏକ ଅଂଶ ଥିଲା ଯାହା ବିଦେଶରେ ଥିବା ଭାରତୀୟଙ୍କୁ ନେଇ ଆସୁଥିଲା । କରୋନା ମହାମାରୀରୁ ମୁକିଳିବା ପାଇଁ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ବନ୍ଦେ ଭାରତ ସହାୟକ ହୋଇଥିଲା । କିନ୍ତୁ ଘରେ ପଂହଚିବା ପୂର୍ବରୁ ବିମାନ ବନ୍ଦରରେ ଏଭଳି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ କହିଛନ୍ତି ବିମାନରେ ୧୯୫ ଜଣ ଯାତ୍ରୀ ଥିଲେ । ପ୍ରବଳ ବର୍ଷା ହେବା କରାଣଣୁ ୨୦୦୦ ମିଟର ପର୍ଯ୍ୟନ୍ତ ଦେଖା ଯାଉନଥିଲା ରନୱେ ୧୦ରେ ବିମାନଟି ଅବତରଣ କରିଥିଲା । ଏହପରେ ବିମାନଟି ରନୱେ ଠାରୁ ୩୦ ଫୁଟ ତଳକୁ ଖସିଯିବାରୁ ଦୁଇ ଖଣ୍ଡ ହୋଇଛି । ଘଟଣାସ୍ଥଳକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଏକ ଟିମ୍ କେରଳର ମାଲାପୁରାମରୁ କୋଡିକୋଡକୁ ପଠାଯାଇଛି । ଏହି ଦଳରେ ୫୦ଟି ଏନଡିଆରଏଫ କର୍ମଚାରୀ ରହିଛନ୍ତି । କେରଳ ଡିଜିପି ଲୋକନାଥ ବେହେରା କହିଛନ୍ତି, ଉଦ୍ଧାର ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି । ଅଧିକ ସୂଚନା ପାଇଁ ଚେଷ୍ଟା କରାଯାଉଛି । ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ,କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଦୁଃଖପ୍ରକାଶ କରିଛନ୍ତି ।

Comments (0)
Add Comment