କରୋନାରୁ ଆରୋଗ୍ୟ ହେଲେ ଅଭିଷେକ ବଚ୍ଚନ


ନୂଅଦିଲ୍ଲୀ- ଦୀର୍ଘ ୨୯ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଆଜି ମଧ୍ୟାହ୍ନରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କୁ ଖୁବ୍ ଶୀଘ୍ର ଘରକୁ ପଠାଇ ଦିଆଯିବ । ଜୁଲାଇ ୧୧ରେ ଅମିତା ଓ ଅଭିଷେକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହାର ଗୋଟିଏ ଦିନ ପରେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ପୂର୍ବରୁ ଅମିତାଭ, ଐଶ୍ୱର୍ଯ୍ୟେ ଓ ଅରାଧ୍ୟା କରୋନାରୁ ଆରୋଗ୍ୟ ଲାଭ କରିଥିବା ବେଳେ ଏବେ ଅଭିଷେକଙ୍କ ରିପୋର୍ଟ ନେଗେଟିଭ ଅଛି । ଅଭିଷକ ସମସ୍ତ ଡାକ୍ତର ,ନର୍ସିଂ, ପରିବାର ସଦସ୍ୟ ଓ ଶୁଭେଛଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment