କାର୍ଗିଲ୍ ଯୁଦ୍ଧ ଆମ ସୌର୍ଯ୍ୟର ସଙ୍କେତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାର୍ଗିଲ୍ ଯୁଦ୍ଧ ଆମ ସଶସ୍ତ୍ର ବଳର ଶେର୍ଯ୍ୟର ସଙ୍କେତ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ର ୭୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ, ଆଗାମୀକାଲି, ଜୁଲାଇ ୨୬ ତାରିଖ । ଆମ ଦେଶ କାର୍ଗିଲ୍ ବିଜୟ ଦିବସ ପାଳନ କରିବ । ଚାଲନ୍ତୁ, ୧୯୯୯ରେ ଆମ ଦେଶକୁ ଗେରବାନ୍ୱିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା । ଏବର୍ଷ କାର୍ଗିଲ୍ ଦିବସ ‘ଅମୃତ ମହୋତ୍ସବ’ ସହ ପାଳନ କରାଯିବ । ଚାଞ୍ଚଲ୍ୟକର କାର୍ଗିଲ୍ ଯୁଦ୍ଧ ବିଷୟରେ ପଢ଼ି ଆମ ଯୋଦ୍ଧାମାନଙ୍କୁ ସ୍ମରଣ କରିବା ଲାଗି ଜନତାଙ୍କୁ ଅନୁରୋଧ କରୁଛି । ଦେଶ ପାଇଁ ତ୍ରିରଙ୍ଗ ପତାକା ଉତ୍ତୋଳନ କରିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ସମ୍ମାନର ଆବେଗ ଆପଣାଛାଏଁ ଆସିବା ସ୍ୱାଭାବିକ କଥା ବୋଲି ସେ କହିଛନ୍ତି । ଏହି ଦେଶାତ୍ମବୋଧ ଭାବ ଆମ ସମସ୍ତଙ୍କୁ ଏକତ୍ର କରିଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ କି, ଏବର୍ଷ ଅଗଷ୍ଟ ୧୫ ମଧ୍ୟ ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ । ଏବର୍ଷ ସ୍ୱାଧୀନତାକୁ ୭୫ ବର୍ଷ ପ୍ରବେଶ କରିବ । ‘ଅମୃତ ମହୋତ୍ସବ’ ସରକାରଙ୍କର କଥା ନୁହେଁ, ୧୩୦ କୋଟି ଭାରତୀୟଙ୍କର ଆବେଗର କଥା । ମାର୍ଚ ୧୨ ତାରିଖରୁ ବାପୁଙ୍କ ସାବରମତୀ ଆଶ୍ରମରୁ ‘ଅମୃତ ମହୋତ୍ସବ’ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଜରିଆରେ ‘ଭିକ୍ଟ୍ରି ପଞ୍ଚ୍‌’ ଅଭିଯାନ ଚଳାଇ ଅଲିମ୍ପିକ୍‌ସ୍‌ରେ ଯୋଗ ଦେଇଥିବା ଭାରତୀୟ ଖେଳାଳିଙ୍କୁ ଉତ୍ସାହ ଦେବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ‘ମନ୍‌କି ବାତ୍‌’କୁ ବାର୍ତ୍ତା ଏବଂ ପ୍ରସ୍ତାବ ପଠାଉଥିବା ୭୫% ବ୍ୟକ୍ତିବିଶେଷ ୩୫ ବର୍ଷରୁ କମ୍ ବୋଲି ନିକଟରେ ‘ମାଇଁଗଭ୍‌ଟଡ୍‌ଇନ୍‌’ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି । ଅର୍ଥାତ୍ ‘ମନ୍‌କି ବାତ୍‌’ ଭାରତର ଯୁବବର୍ଗଙ୍କ ମତାମତରୁ ଦିଗ୍‌ଦର୍ଶନ ପାଉଛି । ‘ମନ୍‌କି ବାତ୍‌’ ହେଉଛି ସକାରତ୍ମକତା ଏବଂ ଅନ୍ତର୍ଦୃଷ୍ଟି ଥିବା ଗୋଟାଏ ମାଧ୍ୟମ ବୋଲି ସେ କହିଛନ୍ତି । ଜାତୀୟ ପ୍ରଗତି ନିମନ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଭାରତ ପାଇଁ ଆବଶ୍ୟକ ହୋଇପଡ଼ିଛି । ସେ କହିଲେ, ‘ଭୋକାଲ୍ ର୍ଫ ଲୋକାଲ୍‌’ ଭଳି ଦେନନ୍ଦିନ କାର୍ଯ୍ୟ ସହ ମଧ୍ୟ ଆମେ ଦେଶ ଗଠନ କରିପାରିବା । ଆମ ଦେଶର ଆଞ୍ଚଳିକ ଉଦ୍ୟୋଗୀ, ଶିଳ୍ପୀ, କାରିଗର ଏବଂ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ଆମର ଆନ୍ତରିକତା ରହିବା ଉଚିତ । ପ୍ରଧାନମନ୍ତ୍ରୀ କହିଲେ, ଦିନ ଥିଲା ଛୋଟ ଛୋଟ କାର୍ଯ୍ୟ ପାଇଁ ବର୍ଷ ବର୍ଷ ଲାଗୁଥିଲା । କିନ୍ତୁ ଆଜିକାଲି ପ୍ରଯୁକ୍ତିବିଦ୍ୟା ଯୋଗୁଁ ଭାରତରେ ସେ ପରିସ୍ଥିତି ବଦଳି ଯାଇଛି । ଏହାଛଡ଼ା, ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟର ଅଭିନବ କୃଷିକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମଣିପୁରର ଉଖ୍ରୁଲ୍‌ରେ ସେଓ ଚାଷ ହେଲାଣି । ଏବେ କୃଷକମାନେ ଫଳ ବଗିଚାରେ ସେଓ ଉତ୍ପାଦନ କଲେଣି । ଉପଯୁକ୍ତ ତାଲିମ ପାଇଁ ସେମାନେ ହିମାଚଳ ପ୍ରଦେଶ ଯାଇଥିଲେ । କୋଭିଡ୍‌-୧୯ ପରେ ତ୍ରିପୁରାର ଉନକୋଟିରେ କୋଳି ଚାଷ ବୃଦ୍ଧି ପାଇଛି । ସେଥିରୁ ବିକ୍ରମଜିତ୍ ଚକ୍‌ମା ନାମକ ଜଣେ ୩୨ ବର୍ଷିୟ ବ୍ୟକ୍ତି ଭଲ ଲାଭ ପାଉଛନ୍ତି ବୋଲି ସେ ଜଣାଇଛନ୍ତି ।

Comments (0)
Add Comment