କିସାନ ଟ୍ରେନର ଶୁଭାରମ୍ଭ


ନୂଆଦିଲ୍ଲୀ- ଚାଷୀଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ପ୍ରଥମ ଥର ପାଇଁ କିସାନ୍ ରେଲୱେ ଟ୍ରେନର ଶୁଭାରମ୍ଭ କରାଯାଇଛି । ଏହି ପାର୍ସଲ ଟ୍ରେନ ଦେୱାଲାଲିରୁ ଦାନପୁର ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ କୃଷି ଉତ୍ପାଦନ ପରିବହନ ଆବଶ୍ୟକତା ପୂରଣ କରିବ । ଯେଉଁ ଯେଉଁ ସ୍ଥାନରେ ଟ୍ରେନର ଷ୍ଟପେଜ ରହିଛି ,ସେସବୁ ସ୍ଥାନରୁ ଫଳ, ପରିବା ଲୋଡିଂ ଏବଂ ଅନାଲୋଡିଂ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ସେବା ସପ୍ତାହର ଗୋଟିଏ ଦିନରେ ମିଳିବ । ପରେ ଆବଶ୍ୟତାକୁ ଦ୍ୟଷ୍ଟିରେ ରଖି ଏଥିରେ ପରିବର୍ତନ ଅଣାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । କ୍ଷେତ, ବଜାର ଓ ଉପଭୋକ୍ତାଙ୍କୁ ଯୋଡିବା ପାଇଁ ଏହା ହେଉଛି ଭାରତର ପ୍ରତମ କିସାନ ଟ୍ରେନ । ଏହି ଟ୍ରେନରେ ୧୧ ଟି ପାର୍ସଲ ଡବା ରହିଛି ।

Comments (0)
Add Comment