କୃଷକଙ୍କୁ ଶୀତ ପୋଷାକ ପାଇଁ ଦେଲେ କୋଟିଏ ଟଙ୍କା

ନୂଆଦିଲ୍ଲୀ: ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରି ବିବାଦ ଘେରକୁ ଆସିଥିଲେ କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍ ଦୋସାଞ୍ଜ । କଙ୍ଗନାଙ୍କ ସହ ତାଙ୍କର ଆରମ୍ଭ ହୋଇଥିଲା ଟୁଇଟର ଯୁଦ୍ଧ । ତେବେ ଏମଧ୍ୟରେ ଆନେ୍ଦାଳନ କରୁଥିବା କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଦିଲଜିତ୍ ଦୋସାଞ୍ଜ । କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଏବେ ସେମାନଙ୍କୁ ହାଡଭଙ୍ଗା ଶୀତରୁ ରକ୍ଷା ଦେବା ପାଇଁ ଦିଲିଜିତ୍ ୧କୋଟି ଟଙ୍କା ଦେଇଛନ୍ତି, ହେଲେ ଏ ବିଷୟରେ ସେ ପ୍ରଚାର ନକରି ଚୁପଚାପ ଏଭଳି କରିଥିବା ଜଣା ପଡିଛି । ପଞ୍ଜାବୀ କଣ୍ଠଶିଳ୍ପୀ ସିଙ୍ଗା ଏନେଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି ।
ଭିଡିଓ ସେୟାର କରି ସିଙ୍ଗା ଲେଖିଛନ୍ତି ଯେ, ଧନ୍ୟବାଦ ଭାଇ, ଆପଣ କୃଷକମାନଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦେଇଛନ୍ତି, ଏବଂ କେହି ଏ ବିଷୟରେ ଜାଣି ନାହିଁ । ଆପଣ ଏଭଳି କାମ କରି ମଧ୍ୟ କାହାକୁ ଜଣାଇ ନାହାନ୍ତି । ଆଜିକାଲି ଲୋକମାନେ ୧୦ଟଙ୍କା ଦାନ କରି ମଧ୍ୟ ଚୁପ ହୋଇ ବସି ପାରନ୍ତି ନାହିଁ । ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରନ୍ତି ।

Comments (0)
Add Comment