କୃଷି ଆଇନ ରାତାରାତି ଆସିନାହିଁ : ଏମଏସପି ବନ୍ଦ ହେବନାହିଁ


ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷିଆଇନ୍ ଗୋଟିଏ ରାତିରେ ଅଣାଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ମଧ୍ୟପ୍ରଦେଶର କୃଷକ କଲ୍ୟାଣ ସମିଳନୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ବହୁ ବିଚାରବିମର୍ଶ ପରେ ସରକାର କୃଷକଙ୍କ ଲାଭ ପାଇଁ ଏହି ଆଇନ୍ ପ୍ରଣୟନ କରିଛନ୍ତି । ବିରୋଧୀ ଦଳକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ୨୫ ବର୍ଷ ପୂର୍ବେ ହେବାକୁ ଥିବା କାର୍ଯ୍ୟ ଆଜି କରିବାକୁ ପଡିଛି । ବର୍ଷ ବର୍ଷ ଧରି ପଡି ରହିଥିବା ଚାଷୀଙ୍କ ଦାବି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନଙ୍କର ରାଜନୈତିକ ପୃଷ୍ଟଭୂମି ନଷ୍ଟ ହୋଇଯାଇଛି ସେମାନେ ଆଜି ଚାଷୀଙ୍କୁ ଭୟଭୀତ କରୁଛନ୍ତି । ସେ କହିଛନ୍ତି ଯେ, ଆମେ ଚାଷୀଙ୍କୁ ଦେଢ ଗୁଣ ଏଏମଏସପି ଦେଇଛୁ । କଂଗ୍ରେସ ଦ୍ୱାରା ଋଣ ଛାଡ ହେଉଛି ସବୁଠାରୁ ବଡ ଧୋକା । ଏହି ସୁବିଧା କଂଗ୍ରେସର ଘନିÂ ତଥା ସମ୍ପର୍କୀୟମାନଙ୍କୁ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ଯେ, ମୋଦୀ କିପରି କୃଷି ଆଇନରେ ସଂସ୍କାର ନେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତୁମେ ଏôଥପାଇଁ ମୋତେ ଶ୍ରେୟ ଦିଅ ନାହିଁ, ମୁଁ କେବଳ ଚାଷୀଙ୍କ ଭଲ ଚାହୁଁଛି । କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚାଷୀଙ୍କୁ ଆକ୍ରମଣ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ତଥାପି କିଛି ଆଶଙ୍କା ରହିଛି, ତେବେ ଆମେ ମୁଣ୍ଡ ନୁଆଁଇ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ମୋଦୀ ଚାଷୀ ନିର୍ଭର ପ୍ରତିଶ୍ରୃତି ଦେଇ କହିଛନ୍ତି ଯେ, ଏମଏସପି ରହିଛି, ଏବଂ ରହିବ । ସେହିପରି ମଣ୍ଡି ଚାଲିଛି ଏବଂ ଚାଲିବ ଏହା କସ୍ମିନ୍ କାଳେ ବନ୍ଦ ହେବ ନାହିଁ ।
ଯଦି ଦେଶର ସମସ୍ତ ରାଜନୈତିକ ଦଳର ପୁରୁଣା ଘୋଷଣାପତ୍ର ଆଜି ଦେଖାଯାଏ, ସେମାନଙ୍କର ପୁରୁଣା ବିବୃତି ଶୁଣାଯାଏ, ଯେଉଁମାନେ ପୂର୍ବରୁ ଦେଶର କୃଷି ପ୍ରଣାଳୀ ପରିଚାଳନା କରୁଥିଲେ ସେମାନଙ୍କ ଚିଠି ପଢାଯାଏ, ତେବେ ଆଜି ହୋଇଥିବା କୃଷି ସଂସ୍କାର ସେମାନଙ୍କଠାରୁ ଭିନ୍ନ ନୁହେଁ । ବାସ୍ତବରେ, ଦେଶର କୃଷକମାନେ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ଏହି ସଂସ୍କାର ବିଷୟରେ ଲେଖୁଥିବା ଲୋକଙ୍କ ଠାରୁ ଉତର ମାଗିବା ଉଚିତ, କିନ୍ତୁ ସେମାନେ କିଛି କରିନାହାଁନ୍ତି । କେବଳ ଏହି ଦାବିକୁ ଏଡାଇବାରେ ଲାଗିଲେ ଏବଂ ଦେଶର କୃଷକ ଅପେକ୍ଷା କରି ରହିଲେ । ଦେଶର କୃଷକ, କୃଷକ ସଂଗଠନ, କୃଷି ବିଶେଷଜ୍ଞ, କୃଷି ଅର୍ଥନୀତିଜ୍ଞ, କୃଷି ବୈଜ୍ଞାନିକ, ଆମ ଦେଶର ପ୍ରଗତିଶୀଳ କୃଷକ ମାନେ ମଧ୍ୟ କ୍ରମାଗତ ଭାବରେ କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ ଦାବି କରିଆସୁଛନ୍ତି । କୃଷକମାନଙ୍କ ପାଇଁ ଉସôର୍ଗୀକୃତ ଆମ ସରକାର କୃଷକମାନଙ୍କୁ ଅନ୍ନଦାତା ଭାବେ ବିବେଚନା କରନ୍ତି । ଆମେ ଗଦା ଗଦା ଫାଇଲ୍ ଭିତରେ ଫିଙ୍ଗାଯାଇଥିବା ସ୍ୱାମୀନାଥନ୍ କମିଟିର ରିପୋର୍ଟ ବାହାର କରି ଏହାର ସୁପାରିଶକୁ କାର୍ଯ୍ୟକାରୀ କଲୁ, କୃଷକ ମାନଙ୍କୁ ଦେଢ ଗୁଣ ମୂଲ୍ୟରେ ଏମଏସପି ପ୍ରଦାନ କଲୁ । କୃଷକମାନେ ଆନେ୍ଦାଳନ କରୁଥିଲେ, ବିରୋଧ କରୁଥିଲେ କିନ୍ତୁ ଏହି ଲୋକ ପାଣିକୁ ଗୋଡ ବଢାଇ ନଥିଲେ । ଏହି ଲୋକମାନେ ନିଶ୍ଚିତ କରିଛନ୍ତି ଯେ, ସେମାନଙ୍କ ସରକାର ଚାଷୀଙ୍କ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ । ସେମାନଙ୍କ ପାଇଁ କୃଷକମାନେ ଦେଶର ଗର୍ବ ନୁହଁନ୍ତି, ସେମାନେ କୃଷକଙ୍କୁ ନିଜର ରାଜନୈତିକ ଲାଭ ବଢାଇବା ପାଇଁ ବ୍ୟବହାର କରିଛନ୍ତି ।
କୃଷକମାନଙ୍କ ବିଷୟରେ କହୁଥିବା ଲୋକ କେତେ ନିର୍ଦ୍ଧୟ ତାହାର ଏକ ବଡ ପ୍ରମାଣ ହେଉଛି ସ୍ୱାମୀନାଥନ୍ କମିଟି ରିପୋର୍ଟ । ରିପୋର୍ଟ ଆସିଲା, କିନ୍ତୁ ଏହି ଲୋକମାନେ ସ୍ୱାମୀନାଥନ୍ କମିଟିର ସୁପାରିଶକୁ ୮ବର୍ଷ ଧରି ଚାପି ରଖିଥିଲେ ।
କୃଷି ଆଇନକୁ ନେଇ ଦେଶରେ କ୍ରମାଗତ ୨୩ ଦିନ ଚାଷୀ ଆନେ୍ଦାଳନ ଜାରି ରହିଛି ।

Comments (0)
Add Comment