କୃଷି ଭିତିଭୂମି ପାଇଁ ଚାଷୀଙ୍କ ଆକାଉଂଟକୁ ଗଲା ୧୭ ହଜାର କୋଟି ଟଙ୍କା


ନୂଆଦିଲ୍ଲୀ- କୃଷି ଭିତିଭୂମି ପାଇଁ ଚାଷୀଙ୍କ ଆକାଉଂଟକୁ ଗଲା ୧୭ ହଜାର କୋଟି ଟଙ୍କା । ଏହା ଦ୍ୱାରା ସାଢେ ୮ କୋଟି ଚାଷୀ ଉପକୃତ ହେବେ । ଏହା ଦ୍ୱାରା ଦେଶରେ କୃଷି ଭିତିଭୂମିର ବିକାଶ ସହ ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାର ଚିତ୍ର ବଦଳିବ ବୋଲି ଜଣାପଡିଛି । କରୋନା ମହାମାରୀ ସମୟରେ କୃଷକଙ୍କ ପାଇଁ ଏହି ଯୋଜନା ବିଶେଷ ଭାବେ ଉପକୃତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଫଣ୍ଡର ଘୋଷଣା ସହ ପିଏମ-କିଷାନ ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଅଧିକ ସଂଖ୍ୟକ କ୍ଷୁଦ୍ର ଚାଷୀ ଅଛନ୍ତି । ତେଣୁ କ୍ଷୁଦ୍ର ଚାଷୀଙ୍କ ଉନ୍ନତି ପାଇଁ ସରକାର ଚେଷ୍ଟା ଚଲାଇଛନ୍ତି ।

Comments (0)
Add Comment