ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ସର୍ବସମ୍ମୁଖକୁ ଆସିଛି । ସେଥିବରୁ କୋଭିକ୍ସିନ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଅତୁଳନୀୟ ନିରାପତା ସୁନିଶ୍ଚିତ କରୁଥିବା ଜଣାଯାଇଛି । ଗୁରୁତର କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ଏହା ୯୩% ପ୍ରଭାବୀ ରହିବା ସହିତ ଡାକ୍ତରଖାନାରେ ଭର୍ତି ହେବା ସଂଖ୍ୟାରେ ହ୍ରାସ ଘଟାଉଥିବା ଜଣାଯାଇଛି । ସେହିଭଳି ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମଣ କ୍ଷେତ୍ରରେ ଏହା ୭୮% ଫଳପ୍ରଦ ସାବ୍ୟସ୍ତ ହୋଇଛି । ଆଉ ମଧ୍ୟ ଲକ୍ଷଣବିହୀନ କୋଭିଡ-୧୯ ସଂକ୍ରମିତଙ୍କ କ୍ଷେତ୍ରରେ ଏହା ୬୩% ଏବଂ ବି.୧.୬୧୭.୨ ଡେଲଟା ଭାରିଆଂଟ କ୍ଷେତ୍ରରେ ୬୫% ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ଟିକା ନେବା ପରବର୍ତୀ ସମୟରେ ଲୋକଙ୍କ ଠାରେ ସର୍ବନିମ୍ନ ପ୍ରତିକ୍ରିୟା ଲକ୍ଷ୍ୟ କରାଯାଉଛି ।