କୋଭିଡ୍ ସତ୍ୱେ କୁମ୍ଭମେଳା କରାଯିବ: ଉତରାଖଣ୍ଡ ମୁଖମନ୍ତ୍ରୀ

ଉତରାଖଣ୍ଡ: ଉତରାଖଣ୍ଡ ମୁଖମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି, କରୋନା ମହାମାରୀ ପାଇଁ ବିଭିନ୍ନ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ୁଥିଲେ ମଧ୍ୟ ହରିହ୍ୱାରରେ କୁମ୍ଭମେଳା ହେବ । ଆସନ୍ତା ଜାନୁଆରି ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା । ତେବେ ମେଳାର ପ୍ରସ୍ତୁତି ସଂକ୍ରାନ୍ତରେ ଗତକାଲି ମୁଖ୍ୟମନ୍ତ୍ରୀ ରାୱତ ଏବିଏପି(ଅଖୀଳ ଭାରତୀୟ ଆଖଡ଼ା ପରିଷଦ)ର ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ । ତେବେ କରୋନା ସ୍ଥିତିକୁ ନଜରରେ ରଖି କୁମ୍ଭମେଳା କେତେଦିନ ପର୍ଯ୍ୟନ୍ତ ହେବ ସେ ସଂକ୍ରାନ୍ତ ନିଷ୍ପତି ନିଆଯିବ । କୁମ୍ଭ ମେଳା ଅଫିସର ଦୀପକ ରାୱତ କହିଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଅଧିକାଂଶ କାର୍ଯ୍ୟ ସମ୍ପାଦନ ହୋଇଯିବା କୁମ୍ଭମେଳା ପାଇଁ ୮ଟି ଘାଟ ଏବଂ ୮ଟି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସ୍ୱଚ୍ଛତା ଉପରେ ସ୍ୱତନ୍ତ୍ର ଭାବେ ଫୋକସ୍ କରାଯାଇଛି ।

Comments (0)
Add Comment