‘କୋଭିସିଲ୍ଡ୍’କୁ ୯ଟି ୟୁରୋପୀୟ ରାଷ୍ଟ୍ରର ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ‘ସିରମ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ’ ପ୍ରସ୍ତୁତ ‘କୋଭିସିଲ୍ଡ୍’ ଟିକାକୁ ୯ଟି ଇଉରୋପୀୟ ସଂଘ ରାଷ୍ଟ୍ର ଏବଂ ସୁଇଜରଲାଣ୍ଡ୍ ଅନୁମୋଦନ କରିଛନ୍ତି । ଅଷ୍ଟ୍ରିଆ, ଜର୍ମାନି, ସ୍ଲୋଭେନିଆ, ଗ୍ରିସ୍, ଆଇସ୍ଲାଣ୍ଡ୍, ଆୟର୍ଲାଣ୍ଡ୍ ଏବଂ ସ୍ପେନ୍ ସମେତ ୯ଟି ୟୁରୋପୀୟ ରାଷ୍ଟ୍ର ଏବଂ ସୁଇଜରଲାଣ୍ଡ ‘କୋଭିସିଲ୍ଡ୍’ ଟିକାକୁ ଅନୁମୋଦନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ‘ଜିଓଆଇ’ଦ୍ୱାରା ଅନୁମୋଦନପ୍ରାପ୍ତ ଟିକା ନେଇଥିବା ସମସ୍ତ ଭାରତୀୟ ନାଗରିକମାନେ ଏଣିକି ୟୁରୋପର ୯ଟି ରାଷ୍ଟ୍ରରେ ସ୍ଵଚ୍ଛନ୍ଦରେ ଯାତାୟତ କରିପାରିବେ । ସେହିପରି କୋଭିିସିଲ୍ଡ ଟିକା ନେଇଥିବା ଭାରତୀୟମାନଙ୍କୁ ଏସ୍ତୋନିଆ ଆସିବାକୁ ଅନୁମତି ମିଳିବ ବୋଲି ଏସ୍ତୋନିଆ ସୁନିଶ୍ଚିତ କରି କହିଛି ।
‘ଭ୍ୟାକସିନେସନ ପାସ୍ପୋର୍ଟ’ ନିମନ୍ତେ ‘କୋଭିସିଲ୍ଡ୍’ ଓ ‘ କୋଭ।ସ୍କିନ ’ ଗ୍ରହଣ କର, ନତୁବା ବାଧ୍ୟତାମୂଳକ ‘କ୍ୱାରେଣ୍ଟିନ୍’ର ସମ୍ମୁଖୀନ ହେବ ବୋଲି ଭାରତ ଭାରତରେ ନିର୍ମିତ ଟିକାର ଗ୍ରହଣୀୟତା ଉପରେ କୁଣ୍ଠାବୋଧ କରୁଥିବା ‘ୟୁରୋପୀୟ ସଂଘ’କୁ ବୁଧବାର ଦିନ କହିଥିଲା । ଭାରତର ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ, ଯେସାକୁ ତେସା ନ୍ୟାୟରେ ଭାରତ କ୍ୱାରେଣ୍ଟିନ୍ ଛାଡ଼ କ୍ଷେତ୍ରରେ କଠୋର ନିମୟ ଲାଗୁ କରିବ । ଅର୍ଥାତ୍ ଭାରତକୁ ଆସୁଥିବା ୟୁରୋପୀୟ ନାଗରିକମାନଙ୍କ ପ୍ରତି କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ କରାଯିବ । ଉଲ୍ଳେଖଯୋଗ୍ୟ ଯେ, ଭାରତର ଅନେକ ବ୍ୟକ୍ତି ପାଠ ପଢ଼ିବା ପାଇଁ, ଚାକିରି ପାଇଁ ୟୁରୋପ ଦେଶକୁ ଯାଆନ୍ତି । କିନ୍ତୁ ୟୁରୋପିଆନ୍ ୟୁନିଅନ କୋଭିଶିଲ୍ଡ ଓ କୋଭ।ସ୍କିନକୁ ଅନୁମତି ଦେଇନଥିବାରୁ ସମସ୍ୟା ଉପୁଜିଛି । କୋଭିଡ ପରେ ଏବେ ବିଦେଶ ଯିବାକୁ ହେଲେ ଗ୍ରୀନ୍ ପାସର ଆବଶ୍ୟକ ରହିଛି । ଏହି ଗ୍ରୀନ ପାସ ହେଲା କିଏ କେଉଁ ଟିକା ନେଇଛନ୍ତି । ଯଦି ସେହି ଟିକା ସଂପୃକ୍ତ ଦେଶରେ ମଞ୍ଜୁରୀ ଦେଇଥିବ ତାହେଲେ ଜଣେ ଗ୍ରୀନ୍ ପାସ ପାଇବାକୁ ହକଦାର । ୟୁରୋପ କିନ୍ତୁ କୋଭିଶିଲ୍ଡ ଓ କୋଭ।ସ୍କିନକୁ ଅନୁମତି ଦେଇନଥିଲା । ଏବେ ଭାରତ ସରକାର ଏହାକୁ ବିରୋଧ କରିବା ପରେ କୋଭିଶିଲ୍ଡ ଟିକାକୁ ୭ ଇୟୁ ଦେଶ ଅନୁମତି ପ୍ରଦାନ କରିଛନ୍ତି ।

Comments (0)
Add Comment