ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା

ନୂଆଦିଲ୍ଳୀ: ଦେଶରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ (ପ୍ରିଲିମିନାରୀ ) ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି । ଆସନ୍ତା ଅକ୍ଟୋବର ମାସ ୧୦ ତାରିଖ ଦିନ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଆସନ୍ତା ଜୁନ୍ ୨୭ ତାରିଖରେ ହେବାର ଥିଲା । ସୂଚନା ମୁତାବକ, ୨୦୨୧ରେ ୭୧୨ଟି ପଦବୀ ପାଇଁ ୟୁପିଏସସି ସିଭିଳ୍ ସର୍ଭିସ୍ ପରୀକ୍ଷା କରାଯାଉଛି । ୨୦୨୦ରେ ସିଭିଲ୍ ସର୍ଭିସ୍ ପରୀକ୍ଷା ମେ ୩୧ରେ ହେବାକୁ ଥିବା ବେଳେ କରୋନା ପାଇଁ ଏହାକୁ ଘୁଞ୍ଚାଇ ଅକ୍ଟୋବାର ୪ରେ ପରୀକ୍ଷା କରାଯାଇଥିଲା ।

Comments (0)
Add Comment