ଚିନ୍ତା ବଢାଇଲା ବ୍ରିଟେନ୍ ଭୂତାଣୁ : ୬ ଚିହ୍ନଟ


ନୂଆଦିଲ୍ଲୀ: ଗତକାଲି ରାତିରେ ଲଣ୍ଡନରୁ ଏୟାର ଇଣ୍ଡିଆ ବିମାନରେ ଆସି ଭାରତରେ ପହଞ୍ଚିଥିବା ୬ ଜଣ ଯାତ୍ରୀଙ୍କ ନିକଟରେ କୋଭିଡ-୧୯ ସଂକ୍ରମଣ ରହିଥିବା ପରୀକ୍ଷାରୁ ଜଣାପଡିଛି । ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ସାଜିଥିବା କୋଭିଡ-୧୯ ବା କରୋନାର ରୂପାନ୍ତରିତ ଭୂତାଣୁ ଚିହ୍ନଟ ହୋଇଥିବା ଏହି ୬ ଜଣଙ୍କ ନିକଟରେ ଥାଇପାରେ ବୋଲି ସନେ୍ଦହ କରାଯାଉଛି ।
ଲଣ୍ଡନରୁ ଆସି ଭାରତରେ ପହଞ୍ଚିବା ପରେ କରୋନା ପଜିଟିଭ୍ ପରୀକ୍ଷା କରିଥିବା ୬ଜଣ ଯାତ୍ରୀ ସୋମବାର ରାତି ୧୦.୪୦ରେ ଜାତୀୟ ରାଜଧାନୀରେ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନ ଦ୍ୱାରା ଯାତ୍ରା କରିଥିବା ୨୬୬ ଜଣଙ୍କ ମଧ୍ୟରେ ରହିଥିଲେ । ନୂଆଦିଲ୍ଲୀ ବିମାନ ବନ୍ଦରରେ କରୋନା ପରୀକ୍ଷାକୁ ସମନ୍ୱୟ କରିବାରେ ସାହାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଅୱନିଶ କୁମାର କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କାହାରି ଠାରେ କୌଣସି ପ୍ରକାରର ନୂଆ ଷ୍ଟେ୍ରନ୍ ବା ରୂପାନ୍ତରିତ ଭୂତାଣୁ ଅଛି କି ନାହିଁ ତାହା ଅସ୍ପଷ୍ଟ । ସଂପୃକ୍ତ ଯାତ୍ରୀମାନଙ୍କ ନିକଟରୁ ସଂଗ୍ରହ କରାଯାଇଥିବା ନମୁନାକୁ ଉଚ୍ଚତର ପରୀକ୍ଷା ନିମନ୍ତେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି । ଇତି ମଧ୍ୟରେ, ବି୍ରଟେନରୁ ଅତି କମରେ ଅନ୍ୟ ଦୁଇଟି ବିମାନ ଆସି ଭାରତରେ ଅବତରଣ କରିଛି । ଏଥିମଧ୍ୟରୁ ଗୋଟିଏ ମୁମ୍ବାଇରେ ଏବଂ ଅନ୍ୟଟି ପଞ୍ଜାବର ଅମୃତସାରରେ । ସୋମବାର ବିଳମ୍ବିତ ରାତିରେ ଅମୃତସରରେ ପହଞ୍ଚିଥିବା ୨୪୦ ଜଣଙ୍କ ପରୀକ୍ଷା ଫଳାଫଳ ମଙ୍ଗଳବାର ଅପରାହ୍ନରେ ଜଣାପଡିବ ବୋଲି ସରକାରୀ ଅଧିକାରୀ ଦୀପକ ଭାଟିଆ ପହିଛନ୍ତି । ଅନ୍ୟପକ୍ଷରେ କୋଲକାତାରେ ୨ଜଣ ଓ ଚେନ୍ନାଇରେ ଜଣଙ୍କୁ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ଲଣ୍ଡନରୁ ଆସିଥିଲେ । ତେବେ, ଏମାନେ ନୂତନ ରୂପାନ୍ତରିତ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ କି ନୁହେଁ, ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ ।
ଯେତେବେଳେ ସାରା ବିଶ୍ୱ କରୋନା ଭୂତାଣୁ ଆତଙ୍କରେ ଆତଙ୍କିତ ହୋଇ ରହିଛି, ସେତେବେଳେ କେରଳରେ ପୁଣି ଏକ ନୂଆ ଭୂତାଣୁ ତା’ର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । କେରଳର କୋଝିକୋଡଠାରେ ଏହି ଭୂତାଣୁ ସଂକ୍ରମଣରେ ଜଣେ ୧୧ ବର୍ଷିୟ ବାଳକର ମୃତୁ୍ୟ ହୋଇଛି । କେରଳରେ ଏହି ଭୂତାଣୁ ସଂକ୍ରମଣରେ ବର୍ତମାନ ପର୍ଯ୍ୟନ୍ତ ୬ଜଣ ଲୋକ ଗମ୍ଭୀର ଭାବେ ଅସୁସ୍ଥ ହୋଇଛନ୍ତି । ଏନେଇ ଶନିବାର ଦିନ ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । କୁହାଯାଉଛି କି କରୋନା ଭଳି ଏହି ଭୂତାଣୁ ଘାତକ ହେବ । କାରଣ ଏହି ଭୂତାଣୁ ବି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା ଜଣାପଡିଛି । ସିଗେଲୋସିସି ନାମକ ଏହି ସଂକ୍ରମଣ ସିଗେଲା ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଛି । ଏହି ଭୂତାଣୁ ଡାଇରିଆର ପରବର୍ତୀ ଜିବାଣୁ ବୋଲି କୁହାଯାଉଛି । ଏହି ଭୂତାଣୁ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମିତ ହେଉଛି କେରଳର କୋଝିକୋଡଠାରେ ଥିବା କୋଂଟାପରମ୍ବୁ ୱାର୍ଡ । କୋଝିକୋଡ ଜିଲ୍ଲା ଚିକିସôା ଅଧିକାରୀ କହିଛନ୍ତି କି ନିର୍ଦ୍ଧିଷ୍ଟ ସେହି ଅଞ୍ଚଳରୁ ବର୍ତମାନ ପର୍ଯ୍ୟନ୍ତ ୨୬ ଜଣ ଡାଇରିଆ ସଂକ୍ରମିତ ହସ୍ପିଟାଲ୍ରେ ଭର୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଠାରେ ସିଗେଲା ଭୂତାଣୁ ଚିହ୍ନଟହୋଇଛି । ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ଜଣ ଶିଶୁଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏବେ ଜିଲ୍ଲା ଚିକିସôା ଅଧିକାରୀ ଅନୁସନ୍ଧାନ କରୁଛନ୍ତି କି ସିଗେଲା ସଂକ୍ରମଣରେ ମୃତୁ୍ୟ ହୋଇଥିବା ବାଳକ ସଂପର୍କରେ ଆସିଥିବା ଲୋକମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ । ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ମଣିଷ ଶରୀରରେ ୭ଦିନ ପର୍ଯ୍ୟନ୍ତ ରହିପାରେ । ଯାହାର ଚିକିସôା ଆଂଟିବାୟୋଟିକ୍ ମେଡିସନ ଦ୍ୱାରା କରାଯାଉଛି । ଯାହାଦ୍ୱାରା ୭ଦିନ ପୂର୍ବରୁ ସଂକ୍ରମିତଙ୍କ ଦେହରୁ ଭୂତାଣୁଙ୍କୁ ଶେଷ କରାଯାଇ ପାରୁଛି । ଏନେଇ ଥିବା ଭ୍ୟାକସିନ ପ୍ରୟୋଗ ଦ୍ୱାରା କମ୍ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । ଫଳରେ ସିଗେଲା ଭୂତାଣୁଙ୍କୁ ଆୟତ କରାଯାଇ ପାରିବ ବୋଲି କୁହାଯାଉଛି ।

Comments (0)
Add Comment