ଚୀନ୍ ଓ ପାକିସ୍ତାନ ସହ ରୁଷିଆରେ ସମରାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ରୁଷିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନ୍ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି । ସମ୍ପ୍ରତି ଚୀନ୍ ସହ ସୀମାନ୍ତରେ ଉତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ ରହି ଆସିଥିବା ବେଳେ ଏ ପ୍ରକାର ସମ୍ମିଳିତ ସମରାଭ୍ୟାସ ଚର୍ଚ୍ଚାର ବିଷୟ ହୋଇଛି । ସେପ୍ଟେମ୍ବର ୧୫ରୁ ୨୬ ତାରିଖ ଯାଏ ଦକ୍ଷିଣ ରୁଷିଆର ଆଷ୍ଟ୍ରାଖାନ୍ ଅଂଚଳରେ ହେବାକୁ ଥିବା ଏହି ‘କାଉକାଜ୍-୨୦୨୦’ ନାମକ ରୁଷୀୟ ସମରାଭ୍ୟାସରେ ଭାରତ ପକ୍ଷରୁ ୨୦୦ ଜଣ ସାମରିକ ଅଧିକାରୀ ଓ ସୈନିକ ଯୋଗଦେବେ ବୋଲି ଜଣାଯାଇଛି । ତେବେ ସାମ୍ପ୍ରତିକ ସ୍ଥିତିରେ ଚୀନ୍ ସୈନିକଙ୍କ ସହ ମିଶି କୌଣସି ସମରାଭ୍ୟାସ କରିବା ଘଟଣାକୁ ଅନେକ ନାପସନ୍ଦ କରୁଥିବା ବେଳେ ଆମ ଯବାନମାନେ କେବଳ ଚୀନ୍ କି ପାକିସ୍ତାନୀ ସୈନିକଙ୍କ ସହ ଅନୁଭୂତି ବାଂଟିବାକୁ ଯାଉନାହାନ୍ତି ବୋଲି ଜଣେ ଭାରତୀୟ ସେନାଧିକାରୀ କହିଛନ୍ତି । ଅତି କମ୍ରେ ୧୮ଟି ଦେଶ ଭାଗ ନେଉଥିବା ରୁଷିଆରେ ଏହି ସମରଭ୍ୟାସକୁ ସାଂଘାଇ ସହଯୋଗ ସଂସ୍ଥାନ (ଏସ୍ସିଓ)ର ସଦସ୍ୟ ହିସାବରେ ଆମେ ନିମନ୍ତ୍ରଣ ରକ୍ଷା କରି ଯାଉଛୁ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଭାରତରେ ଥିବା ଚୀନ୍ ରାଷ୍ଟ୍ରଦୁତ ଏକ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଗଲବାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ । ଚୀନ୍ ଲଦାଖ ସୀମାନ୍ତ ଗଲବାନ ଉପତ୍ୟକାରେ ଗତ ଜୁନ୍ ୧୬ରେ ଚୀନ୍ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ, ତାହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଥିଲା ।
ଚୀନ୍ ଓ ଭାରତ ପାଇଁ ଏପରି ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ ବୋଲି ଭାରତରେ ଅବସ୍ଥାପତି ଚୀନ୍ ରାଷ୍ଟ୍ରଦୂତ ସନ୍ ବିଡଙ୍ଗ ଗତ ୧୮ ତାରିଖରେ ଆୟୋଜିତ ଏକ ଚୀନ୍-ଭାରତୀୟ ଯୁବ ୱେବିନାର୍ରେ ଏଭଳି ମନ୍ତବ୍ୟ ରଖିଥିବା ବେଳେ ତାଙ୍କ ଅଭିଭାଷଣର ଭାଷାନ୍ତର ଏଇ ମଙ୍ଗଳବାର ହିଁ ଅନ୍ଲାଇନ୍ରେ ଛଡ଼ାଯିବା ପରେ ତାହା ଜଣାପଡ଼ିଛି । ଚୀନ୍ ଓ ଭାରତ ମଧ୍ୟରେ ସାଂସ୍କୃତିକ ବିନିମୟ ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଏକ ସେତୁ ନିର୍ମାଣ ପାଇଁ ପରସ୍ପରକୁ ବୁଝିବା ଓ ସମ୍ମାନ ଜଣାଇବା ଳକ୍ଷ୍ୟରେ ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଏକ ସେତୁ ନିର୍ମାଣ ପାଇଁ ପରସ୍ପରକୁ ବୁଝିବା ଓ ସମ୍ମାନ ଜଣାଇବା ଲକ୍ଷ୍ୟରେ ଆୟୋଜିତ ଚୀନ୍ ବିଶେଷଜ୍ଞ, ବିଦ୍ୟାର୍ଥୀ ଏବଂ ଶିକ୍ଷାବିତ୍ମାନଙ୍କର ଏହି ୱେବିନାରକୁ ବିଡଙ୍ଗ ସମ୍ବୋଧିତ କରି ଏପରି କହିଥିଲେ ।
ଭାରତ ଓ ଚରନ୍ ମଧ୍ୟରେ ଗଢ଼ି ଉଠିଥିବା ଦୀର୍ଘ ୭୦ ବର୍ଷର ସମ୍ପର୍କ ଏଭଳି ଗୋଟିଏ ସଂକ୍ଷିପ୍ତ ଘଟଣା ଦ୍ୱାରା ବିଦୀର୍ଣ୍ଣ ହୋଇଯିବ । ଉଚିତ ନୁହେଁ । ତେବେ ଦ୍ୱିପାକ୍ଷିକ ସମ୍ପର୍କ ବଜାୟ ରଖିବା ପାଇଁ ଉଭୟ ଦେଶର ସେତିକି ଦକ୍ଷତା ଓ ଅନୁଭୂତ ରହିଛି ବୋଲି ସେ କହିଛନ୍ତି । ସେହିପରି ଭାରତକୁ ଚୀନ୍ କେବେ ପ୍ରତିଦ୍ୱାନ୍ଦ୍ୱୀ ବୋଲି ଭାବେନାହିଁ, ବରଂ ଜଣେ ଭାଗୀଦାର ବୋଲି ଧରିନେଇଥାଏ ଏବଂ ଏଥିରେ ଆହ୍ୱାନ ଅପେକ୍ଷା ସୁଯୋଗ ଅଧିକ ରହିଛି ବୋଲି ବିଡଙ୍ଗ କହିଛନ୍ତି ।

Comments (0)
Add Comment