ଚୀନ ସାମଗ୍ରୀ ବର୍ଜନ ଆହ୍ୱାନ

ନୂଆଦିଲ୍ଲୀ : ଚୀନ ସୈନ୍ୟ ସୀମାନ୍ତରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣକରି ଲହୁଲୁହାଣ କରିବା ଏବଂ ୨୦ଜଣ ଭାରତୀୟ ଯବାନ ପ୍ରାଣବଳି ଦେବାପରେ ଏବେ ଦେଶରେ ଚୀନକୁ ନେଇ ଦୃଢ଼ ନକରାତ୍ମକ ମନୋଭାବ ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସାଧାରଣ ଚୀନ ନିର୍ମିତ ସାମଗ୍ରୀ ପୋଡ଼ିଥିବାବେଳେ ଦେଶର ପ୍ରମୁଖ ବ୍ୟବସାୟୀ ସଂଗଠନଗୁଡିକ ଚାଇନା ସାମଗ୍ରୀ ବିକ୍ରି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ୨୦୧୨ ସୁଦ୍ଧା ପ୍ରାୟ ୧ଲକ୍ଷ କୋଟି ଟଙ୍କା ମୂଲ୍ୟର ଚୀନ ସାମଗ୍ରୀର କାରବାର ବନ୍ଦ କରିଦେବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଦେଶରେ ପ୍ରାୟ ୭ କୋଟି ରିଟେଲର ଏବଂ ହୋଲ୍‍ସେଲରଙ୍କ ପ୍ରତିନିଧିତ୍ୱ କରୁଥିବା କନ୍‍ଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଚୀନ ସାମଗ୍ରୀ ସଂପୂର୍ଣ୍ଣ ବର୍ଜନ କରିବାକୁ ଆହ୍ୱାନ ଦେଇଛି। ସେଥିପାଇଁ ଏହା ପ୍ରାୟ ୩ ହଜାର ଚାଇନା ଉତ୍ପାଦର ତାଲିକା ମଧ୍ୟ ପ୍ରସ୍ତୁତ କରିଛି। ସେଥିମଧ୍ୟରେ ଏଫଏମସିଜି ଉତ୍ପାଦ, ଖେଳନା, ପୋଷାକ, ବିଲ୍‍ଡର ହାର୍ଡୱେର, ଜୋତା ଚପଲ, ରନ୍ଧନ ସାମଗ୍ରୀ, ଲଗେଜ, ହ୍ୟାଣ୍ଡବ୍ୟାଗ, ପ୍ରସାଧନ ସାମଗ୍ରୀ, ଉପହାର ସାମଗ୍ରୀ, ବୈଦ୍ୟୁତିକ ଏବଂ ଇଲେକେଟ୍ରୋନିକ୍ସ ଆଦି ଅନ୍ତର୍ଭୁକ୍ତ। ସେସବୁ ବଦଳରେ ଏହା ସ୍ୱଦେଶୀ ବିକଳ୍ପ ଖୋଜିବା ଆରମ୍ଭ କରିବ।

Comments (0)
Add Comment