ଜନ୍ମଦିନ ପାର୍ଟିରୁ ୪୫ କରୋନା ଆକ୍ରାନ୍ତ

ହାଇଦ୍ରାବାଦ: ହାଇଦ୍ରାବାଦର ଏଲ୍ବି ନଗରରେ ଜଣେ ଦୋକାନ ମାଲିକଙ୍କ ଦ୍ୱାରା ଦିଆଯାଇଥିବା ଜନ୍ମଦିନ ପାର୍ଟି ପାଇଁ ୪୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଜନ୍ମଦିନ ପାଇଁ ଏଲ୍ବି ନଗରରେ ୧୫ ନୂଆ ଅବରୋଧ ଅଂଚଳ ଘୋଷଣା ହୋଇଛି ଏବଂ ଏହା ଏବେ ଏକ ହଟ୍୍୍ସ୍ପଟ୍ରେ ପରିଣତ ହୋଇଛି ।ଏଲ୍ବି ନଗରର ସରୁନଗରରେ ରହିଥିବା ଦୋକାନ ମାଲିକ ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ପାଇଁ ଜନ୍ମଦିନ ପାର୍ଟି ଦେଇଥିଲେ । ତେବେ ଯେଉଁମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି । ପାର୍ଟି ଦେଇଥିବା ଦୋକାନ ମାଲିକ ଜଣଙ୍କ ତାଙ୍କ ଦୋକାନ ନିକଟରେ ଜଣେ କର୍ମ·ରୀଙ୍କଠାରୁ କରୋନା ସଂକ୍ରମିତ ହୋଇଥିଲେ ।ତେବେ ଗତ କିଛିଦିନ ତଳେ ଏଲ୍ବି ନଗରରେ ୨ଟି ଅବରୋଧ ଅଂଚଳ ଥିବାବେଳେ ଏହା ଏବେ ବଢ଼ି ୧୫ରେ ପହଂଚିଛି । ୪୫ ଆକ୍ରାନ୍ତଙ୍କ ମଧ୍ୟରେ ପାର୍ଟି ଦେଇଥିବା ବ୍ୟକ୍ତି ଏବଂ ତାଙ୍କ ବନ୍ଧୁଙ୍କର ୨୫ ଜଣ ପରିବାର ସଦସ୍ୟ ଅଛନ୍ତି । ପାର୍ଟିକୁ ଆସିଥିବା ଅନ୍ୟ ସମ୍ପର୍କୀୟମାନେ ବି କରୋନା ସଂକ୍ରମିତ ହୋଇଛନ୍ତି । ଏଲ୍ବି ନଗରରେ ୫୭ଟି ପଜିଟିଭ ମାମଲା ଥିବାବେଳେ ସେଥିରୁ ୭ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କ ମୃତୁ୍ୟ ହୋଇଛି ।

Comments (0)
Add Comment