ଜାତୀୟ କ୍ରୀଡା ଦିବସ ଅବସରରେ ମେଜର ଧ୍ୟାନ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ନୂଆଦିଲ୍ଲୀ- ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୫ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀକୁ ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । ହକି ଷ୍ଟିକର ଯାଦୁ କେବେବି ଭୁଲି ହେବ ନାହିଁ । ପ୍ରତିଭାଶାଳୀ ଖେଳାଳିଙ୍କ ସଫଳତା ଦିଗରେ ତାଙ୍କ ପରିବାର, ପ୍ରଶିକ୍ଷଣ ଏବଂ ସହଯୋଗୀଙ୍କ ଅବଦାନ ଅତୁଳନୀୟ । ସେ ୧୯୨୮,୧୯୩୨,୧୯୩୬ ମସିହାରେ ଭାରତକୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଦେବାରେ ସମର୍ଥ ହୋଇଥିଲେ । ଜାତୀୟ କ୍ରୀଡା ଦିବସ ହେଉଛି ସମସ୍ତ ଆଦର୍ଶ କ୍ରୀଡାବିତଙ୍କ ଉଲ୍ଲେଖନୀୟ ସଫଳତାକୁ ପାଳନ କରିବାର ଦିନ । ଯେଉଁମାନେ ବିଭିନ୍ନ କ୍ରୀଡାରେ ଭାରତରକୁ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଆମ ଦେଶକୁ ଗର୍ବିତ କରିଛନ୍ତି । ସେମାନଙ୍କର ଦୃଢତା ଏବଂ ନିଷ୍ଠା ଉଲ୍ଲେଖନୀୟ । ଏହି ଅବସରରେ ମୋଦି କହିଛନ୍ତି ଭାରତ ସରକାର କ୍ରୀଡାକୁ ଲୋକପ୍ରିୟ କରିବା ଏବଂ କ୍ରିଡାର ପ୍ରତିଭାକୁ ସମର୍ଥନ କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି । ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି କ୍ରୀଡା ଏବଂ ଫଟିନେସ ବ୍ୟାୟମକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରନ୍ତୁ ।

Comments (0)
Add Comment