ଜିଅନ୍ତା ସାପକୁ ଖାଇଲା ଏକ ବର୍ଷର ଶିଶୁ, ଅଳ୍ପକେ ରକ୍ଷା

ଉତରପ୍ରଦେଶ: ଉତରପ୍ରଦେଶର ବରେଲୀ ଜିଲ୍ଲାର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚିର୍ଯ୍ୟ ଚକିତ ହୋଇଯିବେ । ଏକ ଶିଶୁ ଖେଳୁଥିବା ସମୟରେ ଏକ ଜିଅନ୍ତା ସାପଟିକୁ ଗିଳି ଦେଲା । ମାତ୍ର ଠିକ ସମୟରେ ପିଲାଟିର ମାଆ ସାପର ଲାଞ୍ଜଟିକୁ ଦେଖି ତୁରନ୍ତ ସାପର ଲାଞ୍ଜ ଟାଣି ପିଲାଟିର ପାଟିରୁ ବାହାର କରିଦେଇଥିବା ଜଣାପଡ଼ିଛି । ଏହି ସମ୍ପୂର୍ଣ୍ଣ ଘଟଣା ବରେଲୀ ଫତେଗଞ୍ଜ ପଶିମଚୀ ଥାନା ଅନ୍ତର୍ଗତ ଭୋଲାପୁରର । ଏକ ବର୍ଷକର ପିଲାଟି ଖେଳୁ ଉକ୍ତ ଜିଅନ୍ତା ସାପଟିକୁ ପାଟିରେ ପୁରାଇ ଦେଇଥିଲା । ପିଲାଟିର ମାଆ ସାପ ଲାଞ୍ଜ ଖେଳୁ ଖେଳୁ ଉକ୍ତ ଜିଅନ୍ତା ସାପଟିକୁ ପାଟିରେ ପୁରାଇ ଦେଇଥିଲା । ପିଲାଟିର ମାଆ ସାପ ଲାଞ୍ଜ ଦେଖି ତା’ ପାଟିରୁ ସାପଟିକୁ ଟାଣି ବାହାର କରିବା ଅନୁଯାୟୀ ଶନିବାର ସକାଳ ସମୟରେ ତାଙ୍କ ପୁଅ ଖେଳୁଥିବା ସମୟରେ ତା’ ନିକଟକୁ ସାପର ଏକ ଛୁଆ ପଳାଇ ଆସିଥିଲା । ପିଲାଟି ହଠାତ୍ ସେହି ସାପ ଛୁଆକୁ ପାଟିରେ ପୁରାଇବା ମାତ୍ରେ ତା’ ମାଆ ପାଟିରୁ ଲାଞ୍ଜ ଧରି ସାପକୁ ବାହାର କରି ଥିଲେ ମଧ୍ୟ ସେତେବେଳକୁ ସାପ ଛୁଆଟିର ମୃତ୍ୟୁ ହୋଇଥିଲା । ମୃତ ସାପଟିର ଲମ୍ବ ପ୍ରାୟ ୯ ଇଂଚ ଥିଲା । ପିଲାଟିକୁ ତୁରନ୍ତ ହସ୍ପିଟାଲ ନେବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡାକ୍ତରଙ୍କ ମତାନୁଯାୟୀ, ପିଲାଟିର ସ୍ୱାସ୍ଥ୍ୟବସ୍ଥା ଠିକ ଅଛି । ଚିକିତ୍ସା ପରେ ପିଲାଟିକୁ ଘରକୁ ପଠାଯାଇଥିବା ଜଣାପଡ଼ିଛି ।

Comments (0)
Add Comment