ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳ ମଧ୍ୟରେ ଓଡିଶାର ବିଶିଷ୍ଟ ଜ୍ଞାନୀ ଗୁଣୀ ଲୋକ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଓଡିଶା ପାଇଁ ଏହା ଏକ ବଡ ସମ୍ନାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶ ସ୍ୱାଧୀନ ହେବାପର ଠାରୁ ଦେଶର ପ୍ରଶାସନିକ କ୍ଷେତ୍ରରେ ଏପର୍ଯ୍ୟନ୍ତ ଏତେ ସଂଖ୍ୟକ ଓଡିଆ ଏଭଳି ଉଚ୍ଚ ପଦପଦବୀରେ ଅବସ୍ଥାପିତ ହେବା କେବେହେଲେ ଦେଖିବାକୁ ମିଳି ନଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଓଡିଶାର ପ୍ରତିଭାଙ୍କୁ ପ୍ରଧାନମନ୍ତ୍ରୀ ଚିହ୍ନିପାରିଛନ୍ତି । ତେଣୁ ସେମାନଙ୍କ ଉପରେ ଦୃଢ ଆସ୍ଥା ଓ ବିଶ୍ୱାସ ରଖି ଦେଶର ସମସ୍ତ ଗୁରୁତ୍ୱ ପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରିଛନ୍ତି । ଏହି ଓଡିଆଙ୍କ ମଧ୍ୟରେ ପି.କେ ମିଶ୍ର ପିଏମଓ ପ୍ରମୁଖ ସଚିବ ଭାବେ ନିଯୁକ୍ତି ହେବା ସହ ଗିରିଶ ଚନ୍ଦ୍ର ମୁର୍ମୁ ସିଏଜି ଭାବେ ଦାୟିତ୍ୱ ନେଇଛନ୍ତି । ସେହିପରି ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର,ମୃତୁ୍ୟଞ୍ଜୟ ମହାପାତ୍ର ଆଇଏମଡି ମହାନିର୍ଦେଶକ ଓ ସତ୍ୟ ନାରାୟଣ ପ୍ରଧାନ ଏନଡିଆରଏଫ ଡିଜି ଭାବେ ଦାୟିତ୍ୱ ତୁଳାଉଛନ୍ତି । ଟପ୍ ପୋଷ୍ଟରେ ଥିବା ୫ ବିଶିଷ୍ଟ ବ୍ୟକ୍ତିକ୍ୱ ଓଡିଶା ପାଇଁ ଆଦର୍ଶ ।