ଟ୍ରମ୍ପଙ୍କ କୋଭିଡ ପୋଷ୍ଟ ବିରୋଧରେ ଫେସବୁକ୍ ଓ ଟ୍ୱିଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ମହାମାରୀକୁ ସାମନ୍ୟ ଥଣ୍ଡା ସହ ତୁଳନା କରିଛନ୍ତି । ଏନେଇ ସେ ଫେସବୁକ୍ ଏବଂ ଟ୍ୱିଟର୍ରେ ଏକ ପୋଷ୍ଟ କରିଛନ୍ତି । କରୋନା ମହାମାରୀ ସାମାନ୍ୟ ଥଣ୍ଡା ଟ୍ରମ୍ପ କହିଛନ୍ତି । କିନ୍ତୁ ଟ୍ରମ୍ପଙ୍କର ଏଭଳି ବିଭ୍ରାନ୍ତିକର ପୋଷ୍ଟକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଫେସବୁକ୍ ଏବଂ ଟ୍ୱିଟରା ଟ୍ରମ୍ପଙ୍କ ଫୋଷ୍ଟ ଉଭୟ ଫେସବୁକ୍ ଏବଂ ଟ୍ୱିଟର ନିୟମ ଉଲ୍ଲିଂଘନ କରିଥିବାରୁ ସେମାନେ ଏହାକୁ ହଟାଇ ଦେଇଛନ୍ତି । ଫେସବୁକ୍ ଟ୍ରମ୍ପଙ୍କ ପୋଷ୍ଟ ହଟାଇବା ପୂର୍ବରୁ ଏହି ପୋଷ୍ଟଟି ୨୬ ହଜାର ଥର ସେୟାର କରାସରିଛି । ଫେସ୍ବୁକ୍ କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି, କୋଭିଡ-୧୯ ମହାମାରୀର ଭୟାବହତା ସମ୍ପର୍କରେ ଆମେ ଭୁଲ୍ ସୂଚନା ହଟାଇ ଦେଉଛୁ । ତେବେ ବିଶ୍ୱର ସବୁଠୁ ବୃହତମ ସୋସିଆଲ ମିଡିଆ କମ୍ପାନି ରାଜନେତାମାନଙ୍କୁ ଏହାର ଥାର୍ଡ ପାଟି ଫ୍ୟାକ୍ଟ ଚେକିଙ୍ଗ ପ୍ରୋଗ୍ରାମ୍’ରୁ ବାଦ୍ ଦେଇଥିଲେ ମଧ୍ୟ ଅତି ଅପ୍ରତ୍ୟାଶିତ ଭାବେ ଫେସବୁକ୍ ଆମେରିକା ରାଷ୍ଟ୍ରପତିଙ୍କ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେହିପରି ଟ୍ୱିଟର ମଧ୍ୟ ଟ୍ରମ୍ପଙ୍କର ଟ୍ୱିଟ ଉପରେ ରିଟ୍ୱିଟ୍କୁ ଅକାମୀ କରିଦେଇଛି । ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପଙ୍କ ଏଭଳି ଟ୍ୱିଟ୍ ଏହାର ନିୟମକୁ ଉଲ୍ଲଂଘନ କରୁଛି ।

Comments (0)
Add Comment