ତାମିଲନାଡୁରେ ୨ସପ୍ତାହ ଲକ୍‌ଡାଉନ୍

ଚେନ୍ନାଇ: କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟି ରଖି ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍‌ଡାଉନ୍‌’ ଜାରୀ ଘୋଷଣା କରିଛି ।
ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ କହିଛନ୍ତି ଯେ. ‘ଅନିବାର୍ଯ୍ୟ କାରଣ ବଶତଃ’ ଏହି ‘ଲକ୍‌ଡାଉନ୍‌’ ଜାରି କରାଯାଇଛି । ମେ ୧୦ ତାରିଖ ପାହାନ୍ତ ୪ଟାରୁ ମେ ୨୪ ତାରିଖ ପାହାନ୍ତ ୪ଟା ପର୍ଯ୍ୟନ୍ତ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ବଳବତର ରହିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ଜିଲ୍ଲାପାଳମାନଙ୍କ ସହ ତାଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରୁ ମିଳିଥିବା ତଥ୍ୟ ଓ ମତାମତ ଆଧାରରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ଡାକ୍ତରୀ ବିଶେଷଜ୍ଞଙ୍କମାନେ ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ ।
ଏହି ‘ଲକ୍‌ଡାଉନ୍‌’ ଘୋଷଣା ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଗୃହୀତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।
ସୂଚନାଯୋଗ୍ୟ ଯେ, କୋଭିଡ୍ କଟକଣା ନ ମାନି ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ରାଲି କରାଇବା କାରଣରୁ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଇଥିବା କୁହାଯାଉଛି । ଏଥିପାଇଁ ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିସନ୍‌କୁ ତୀବ୍ର ସମାଲୋଚନା କରିଥିଲେ ।

Comments (0)
Add Comment