ନୂଆଦିଲ୍ଲୀ: ନବନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀଭାବେ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପର୍ବାହ୍ନ ୧୦ଟାରେ ଶ୍ରୀ ବୈଷ୍ଣବ ରେଳ ଭବନରେ ପହଞ୍ଚି ଆନୁଷ୍ଠାନିକଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କୁ ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଥିଲେ । ରେଳ ବିଭାଗର ଦାୟିତ୍ୱ ଗ୍ରହଣ କରିବାପରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ରେଳ ବିଭାଗ ପ୍ରତି ପ୍ରଧାନମନ୍ତ୍ରୀଙ୍କର ବଡ ଭିଜନ ରହିଛି । ଏହି ଭିଜନ୍କୁ ନେଇ ସେ କାର୍ଯ୍ୟ କରିବେ । ରେଳ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେହିପରି ଶ୍ରୀ ବୈଷ୍ଣବ ଆଜି ମଧ୍ୟ ରେଳ ବିଭାଗ ସହ ଯୋଗାଯୋଗ, ସୂଚନା ପ୍ରଯୁକ୍ତ ଓ ଇଲୋକ୍ଟେ୍ରାନିr ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସେ ଦାୟିତ୍ୱ ଗ୍ରହଣ କରିବା ପରେ ତୁରନ୍ତ ନିଜ କାମ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ସହ ଚାଲିଥିବା ଟୁଇଟର ବିବାଦକୁ ସମାଧାନ କରିବାକୁ ଯାଇ ଦେଶର ନିୟମ ସର୍ବୋଚ୍ଚ ଅଟେ ଏବଂ ଏହାକୁ ପାଳନ କରିବା ଜରୁରୀ ବୋଲି ଟୁଇଟରକୁ କହିଛନ୍ତି । ଭାରତୀୟ ରେଳର ଆଧୁନିକରଣ ଓ ସଂପ୍ରସାରଣ ସହ ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶାର ଏହି ସାଂସଦ ଉଲ୍ଲେଖନୀୟ କାର୍ଯ୍ୟ କରିବେ ବୋଲି ଆଶା ରଖାଯାଉଛି । କାରଣ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ରେଳ ସଂଯୋଗ ନଥିବା ବେଳେ ଅନେକ ରେଳ ପ୍ରକଳ୍ପ ଅଧାରେ ରହିଛି । ଖୋର୍ଦ୍ଧା-ବଲାଙ୍ଗୀର, ପାରାଦୀପ- ହରିଦାଶପୁର ଭଳି ବହୁ ପ୍ରକଳ୍ପ ଏଯାଏ ସଂପୂର୍ଣ୍ଣ ହୋଇ ପାରିନାହିଁ । ରେଳ କ୍ୟାବିନେଟର ସେ ପ୍ରଥମ ଓଡ଼ିଆ ସାଂସଦ ଭାବେ ମନ୍ତ୍ରୀ ହେବା ପରେ ଏସବୁ ପ୍ରକଳ୍ପ ଖୁବ୍ ଶୀଘ୍ର ଆଗକୁ ଯିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଆଜି କେନ୍ଦ୍ର ସୂଚନା ଓ ପ୍ରଶାରଣ ମନ୍ତ୍ରୀ ଭାବେ ଅନୁରାଗ ଠାକୁର, ପେଟ୍ରୋଲିୟମ ମନ୍ତ୍ରୀ ଭାବେ ହରଦିପ ସିଂହ ପୁରୀ, ଆଇନ୍ ଓ ନ୍ୟାୟ ମନ୍ତ୍ରୀଭାବେ କିରଣ ରିଜୁଜ୍, ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମନସୁନ୍ ମଣ୍ଡଭିଏ, ଆନୁଷ୍ଠାନିକଭାବେ ଦାୟିତ୍ୱ ଗ୍ରହଣ କିଛନ୍ତି । ସେହିପରି ନବନିଯୁକ୍ତ ବିଭାଗ ଭାବେ ନିଜ ନିଜ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି ।