ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ୫୬,୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୪, ୫୩୭କୁ ବୃଦ୍ଧି ପାଇଥିବା ବେଳେ ୪୦,୬୯୯ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ୧,୩୨୮,୩୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୫,୯୫,୫୦୧ ଆକଟଭି ମାମଲା ରହିଛି । ଦେଶରେ ଆରୋଗ୍ୟ ହାର ୬୭,୧୯ ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସଂକ୍ରମଣଙ୍କ ସଂଖ୍ୟା ସର୍ବାଧିକ ରହିଛି । ମହାରାଷ୍ଟ୍ର ତଳକୁ ତାମିଲନାଡୁ, ଆନ୍ଧପ୍ରଦେଶ, କର୍ଣ୍ଣଟକ, ଦିଲ୍ଲୀ, ଓ ଉତରପ୍ରଦେଶ ରହିଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୨୬୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬,୪୭୬ ରହିଛି । ତାମିଲନାଡୁ ଦ୍ୱିତୀୟରେ ରହିଛି । ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୩,୪୬୦କୁ ବୃଦ୍ଧି ପାଇଥିବା ବେଳେ ୪,୪୬୧ଜଣଙ୍କ ପ୍ରାଣହାନୀ ହୋଇଛି ।