ଦେଶରେ ୧୦୦ ଟପିଲା ପେଟ୍ରୋଲ

ତୈଳର ମୂଳମୂଲ୍ୟ ତୁଳନାରେ ଟିକସ୍ ଅଧିକ : ଓଡିଶାରେ ୯୦ଟଙ୍କା ଡେଇଁଲା

ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ପୂର୍ବରୁ ଦେଶର କୌଣସି ସ୍ଥାନରେ ବି ପେଟ୍ରୋଲ ଦର ୧୦୦ ପାର୍ କରିନଥିଲା । ଗତକାଲି ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ଲିଟର ପିଛା ୧୦୦.୧୩ରେ ବିକ୍ରି ହୋଇଥିବବା ବେଳେ ଆଜି ଦର ୧୦୦.୪୯ଟଙ୍କାରେ ପହଞ୍ଚିଛି । ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ୍ ଦର ୨.୩୯ ଟଙ୍କା ବୃଦ୍ଧି ପାଇଛି । ସେହିପରି ଡିଜେଲ୍ ଦର ଗତ ୧୦ ଦିନ ମଧ୍ୟରେ ୩.୧୪ ଟଙ୍କା ବଢିଛି । ମେଟ୍ରୋ ସହରମାନଙ୍କରେ ପେଟ୍ରୋଲ ଦର ୯୦ ଟପିଥିବା ବେଳେ ଡିଜେଲ ଲିଟର ପିଛା ୮୦ ଟପିଛି । ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ୮୯.୮୮ ଟଙ୍କା ହୋଇଥିବା ବେେେ ଡିଜେଲ୍ ଲିଟର ପିଛା ୮୦.୨୭ ଟଙ୍କାରେ ପହଞ୍ଚିଛି । ବେଙ୍ଗାଲୁରରେ ପେଟ୍ରୋଲ ଦର ୯୨.୮୯ରେ ପହଞ୍ଚିଥିବା ବେଳେ ଡିଜେଲ୍ ୮୫.୦୯ରେ ପହଞ୍ଚିଛି । ଆପରଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୨୧ ମସିହା ଆରମ୍ଭରୁ ପେଟ୍ରୋଲ ଓ ଡିଜେଲ ଦର ୨୨ଥର ବଢି ସାରିଲାଣି । ଅନ୍ୟପକ୍ଷରେ ୯ଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ୍ ଉପରେ ଦର ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଉପରେ ଦର ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଦର ୨୫ ପଇସା ମହଙ୍ଗା ହୋଇଛି । ଭୁବନେଶ୍ୱର ସହରରେ ପଟ୍ରୋଲରେ ୨୬ ପଇସା ଓ ଡିଜେଲ୍ରେ ୨୭ ପଇସା ଦର ବୃଦ୍ଧି ହୋଇଥିବା ଜଣାପଡିଛି । ଗତକାଲି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୮୯.୯୮ ପଇସା ଥିବା ବେଳେ ବୁଧବାର ୨୬ ପଇସା ବୃଦ୍ଧି ପାଇବା ଦ୍ୱାରା ଦର ୯୦.୨୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୮୬.୮୪ ପଇସା ଥିବା ବେଳେ ୨୭ପଇସା ବୃଦ୍ଧି ପାଇବାରୁ ଲିଟର ପିଛା ଦର ୮୭.୧୧ ପଇସାରେ ବିକ୍ରୟ କରାଯାଉଛି । ସୂଚନା ଯୋଗ୍ୟ ଯେ, ପେଟ୍ରୋଲ ମୂଳ ଦର ୩୨.୮୬ ହୋଇଥିବା ବେଳେ କେନ୍ଦ୍ରୀୟ ଟିକସ ୩୨.୯୮, ରାଜ୍ୟ ଭାଟ୍ ୨୧.୦୪, ଡିଲର କମିସନ୍ ୩.୩୬ । ଡିଜେଲ୍ ମୂଳଦର ୩୪.୫୧ ହୋଇଥିବା ବେଳେ କେନ୍ଦ୍ରୀୟ ଟିକସ ୩୧.୮୩, ରାଜ୍ୟ ଭାଟ୍ ୧୮.୫୬, ଡିଲର କମିସନ ୨.୨୧ । ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଗତକାଲି ବ୍ୟାରେଲ ପିଛା ପ୍ରାୟ ୬୦ ଡଲାର ଥିବା ବେଳେ ବୁଧବାର ପ୍ରତି ବ୍ୟାରେଲ୍ ପିଛା ୬୦,୪୫ ଡଲାର ହୋଇଛି । ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ମାର୍କେଟରେ ଅନ୍ୟାନ୍ୟ ସାମଗ୍ରୀ ଦାମ ମଧ୍ୟରେ ବଢିବାରେ ଲାଗିଛି । ତୈଳ ଦର ଉପରେ ପରିବହନ କ୍ଷେତ୍ର ନିର୍ଭର କରୁଥିବାରୁ ନିିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏଥିସହିତ ପ୍ରିମିୟମକ ପେଟ୍ରୋଲ ଲିଟର ପିଛା ୯୩.୨୧ ପଇସା ରାଜଧାନୀରେ ହୋଇଛି ।

Comments (0)
Add Comment