ଧଳା ଚାଦରରେ ଘୋଡେଇ ହୋଇ ରହିଛି ଶ୍ରୀନଗର


ଶ୍ରୀନଗର: ଥାଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି-ରହିଛି ଶୀତ ଲହରି । ଜାମ୍ମୁକାଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରୀନଗରରେ ବର୍ଷର ପ୍ରଥମ ବଡ଼ଧରଣର ହିମପାତ ହୋଇଛି । ଗତ ୨୪ ଘଂଟା ଧରି ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର ସହର ବରଫ ଚାଦରରେ ଘୋଡେଇ ହୋଇଗଲାଣି । ରାସ୍ତା ଉପରେ ଥିବା ଗାଡି ମୋଟର ଉପରେ ବରଫର ବହଳିଆ ଆସ୍ତରଣ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ରାସ୍ତା ଉପରେ ଫୁଟେ ଉଚ୍ଚର ବହଳିଆ ବରଫ ଜମି ଯାଇଛି । କିଛି ସ୍ଥାନରେ ଲୋକେ ବରଫ ହଟାଉଥିବା ଦେଖିବାକୁ ମିଳିଛି ରାସ୍ତା ଉପରେ ବରଫ, ଘର ଛାତ ଉପରେ ବରଫ, ଘରର କାନ୍ଥରେ ବି ଲାଖି ରହିଛି ବରଫ । ବିଜୁଳି ଖୁଂଟରୁ ନେଇ ପାଣି ପାଇପ୍, ଗଛ ଲତା ସବୁ କିଛି ଉପରେ ଧୋବ ଫର ଫର ବହଳିଆ ବରଫ ଆସ୍ତରଣ ଚଢ଼ିଯିବା ପରେ କ୍ରକୃତି ଅପରୂପ ସୌନ୍ଦର୍ଯ୍ୟ ଧାରଣ କରିଛି । ଜାମ୍ମୁକାଶ୍ମୀରରେ ଥିବା ପର୍ଯ୍ୟଟକ ଏବେ ଏହି ବରଫ ପାତର ଖୁବ୍ ମଜା ନେଉଛନ୍ତି । ସେପଟେ ପ୍ରବଳ ବରଫପାତ ପରେ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଛି । ରାସ୍ତାରେ ବରଫ ଜମି ରହିବା କାରଣରୁ ଗମନାଗମନ ଠପ୍ ହୋଇଛି । ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ସହିତ ସେନା ବରଫ ହଟାଉଥିବା ଚିତ୍ର ସାମ୍ନାକୁ ଆସିଛି ।

Comments (0)
Add Comment