ନେପାଳ ପାର୍ଲାମେଂଟ ଭାଙ୍ଗିଲା


ନୂଆଦିଲ୍ଲୀ: ବିବାଦୀୟ ଅଧ୍ୟାଦେଶ ପ୍ରତ୍ୟାହାର କରି ନେବାକୁ ଶାସକ ‘ ନେପାଳ କମ୍ୟୁନିଷ୍ଟ ପାର୍ଟି’ରେ ଥିବା ସମାଲୋଚକମାନଙ୍କ ଚାପରେ ଥିବା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପାର୍ଲାମେଂଟ ଭାଙ୍ଗିବା ଲାଗି ରବିବାର ସକାଳେ ସୁପାରିସ କରିଛନ୍ତି । ରବିବାର ସକାଳେ ପ୍ରଧାନମନ୍ତ୍ରୀ ଓଲି ଡାକିଥିବା କ୍ୟାବିନେଟ୍ର ଜରୁରୀ ବୈଠକରେ ଏହି ଅନୁମୋଦନ ପାରିତ ହୋଇଥିଲା ।
ବୈଠକ ପରେ ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟ୍ର ଶକ୍ତିମନ୍ତ୍ରୀ କାଠମାଣ୍ଡୁରେ କହିଛନ୍ତି ଯେ, ପାର୍ଲାମେଂଟ ଭଙ୍ଗ କରିବାକୁ ଆଜି କ୍ୟାବିନେଟ୍ ବୈଠକରେ ସ୍ଥିର କରାଯାଇ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି ।
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦହଲଙ୍କ ନେତୃତ୍ୱରେ ‘ନେପାଳ କମ୍ୟୁନିଷ୍ଟ ପାର୍ଟି’ରେ ଥିବା ବିରୋଧୀ ଗୋଷ୍ଠୀର ତୀବ୍ର ଚାପରେ ଥିବା ଓଲିଙ୍କର ଏଭଳି ଆକସ୍ମିକ ପଦକ୍ଷେପ ଚମତ୍କାର କରିଛି ।
ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଓଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ତାଙ୍କ ବସଭବନ ‘ଶୀତଳ ନିବାସ’ରେ ଭେଟିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କ୍ଷମତା ରହିବ ବୋଲି ମଙ୍ଗଳବାର ଦିନ ନେପାଳ ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ । ଏହାକୁ ଶାସକ ଦଳରେ ଥିବା ପ୍ରଧାନମନ୍ତ୍ରୀ ଓଲିଙ୍କ ସମାଲୋଚକମାନେ ଖୁବ୍ ବିରୋଧ କରିଥିଲେ । ଏହାକୁ ପ୍ରତ୍ୟାହାର କରିନେବାକୁ ବୁଧବାର ଦିନ ଦଳର ‘ଷ୍ଟାଣ୍ଡିଙ୍ଗ୍ କମିଟି’ ଏକ ପ୍ରସ୍ତାବିତ ଜାରି କରିଥିଲେ ।

Comments (0)
Add Comment