ଜୟପୁର,: କୋରାପୁଟ୍ ଜିଲ୍ଲାର ବିସିଂପୁର ଥାନା ହରଡାଗୁଡା ଗାଁରେ ବିଳମ୍ବିତ ରାତିରେ ଏକ ଅଭାବନିୟ ଘଟଣା ଘଟିଛି । ପତ୍ନୀ ଓ ୫ବର୍ଷର ପୁଅକୁ ସ୍ୱାମୀ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି । ମୃତକ ଦ୍ୱୟ ହେଉଛନ୍ତି ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି । ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିଙ୍କୁ ପୋଲିସ୍ ଗିରଫ କରିଛି ।
ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ଏହା ଜାଣିପାରି ଅଭିଯୁକ୍ତ ଧବୁଲୁକୁ କାବୁ କରି ଖୁଂଟରେ ବାନ୍ଧିଥିଲେ । ଘଟଣାସ୍ଥଳରେ ବିସିଂପୁର ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା କରୁଥିଲେ ମଧ୍ୟ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡିଥିବା ବେଳେ କୋରାପୁଟରୁ ସାଇଂଟିଫିକ୍ ଟିମ୍ ଆସିବା ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି । ପୋଲିସ୍ର ଏକ ଟିମ୍ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।