ପବଜି ଗେମ୍ ଆପ୍ କାହାର?

ନୂଆଦିଲ୍ଲୀ,୨୧.୬ (ଏଜେନ୍ସି): ଭାରତ ଏବଂ ଚୀନ ସୀମାରେ ଜାରି ରହିଥିବା ଉତେଜନା କାରଣରୁ ଭାରତୀୟ ବଜାରରେ ବର୍ତମାନ ଚାଇନା ଉତ୍ପାଦ ଗୁଡିକୁ ପ୍ରାୟତଃ ବହୁ ଲୋକ କିଣିବା ଲାଗି ନାପସନ୍ଦ କରୁଛନ୍ତି । କେବଳ ସେତିକି ନୁହେଁ, ଲୋକେ ଚାଇନା କଂପାନୀମାନଙ୍କ ଦ୍ୱାରା ବିକଶିତ ହୋଇଥିବା ଆପଗୁଡିକୁ ଖୋଜି ଖୋଜି ନିଜ ଫୋନକୁ ତୁରନ୍ତ ହଟାଇ ଦେଉଛନ୍ତି । ଏପରିକି ଭାରତରେ ଟିକ୍ଟକ୍ ଆପର ଲୋକପ୍ରିୟତା ସବୁଠାରୁ ଅଧିକ ଥିବା ସତ୍ୱେ ବି ଲୋକେ ଏହାକୁ ଚୀନ ଆପ୍ କାରଣରୁ ମୋବାଇଲରୁ ଅନଇନଷ୍ଟଲ କରିଦେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ପବଜି ଗେମକୁ ନେଇ ମଧ୍ୟ ୟୁଜର୍ସ ଅନେକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ମନରୋଂଜନର ମାଧ୍ୟମ ସାଜିଥିବା ପବଜି ଗେମର ନିର୍ମାତା କିଏ ଏବଂ ଏହି ଗେମ୍ ସହ ଚୀନର କୌଣସି ସମ୍ପର୍କ ରହିଛି କି ନାହିଁ, ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରିଛି । ସତରେ କଣ ପବଜି ଗେମ୍ ଏକ ଚାଇନିଜ ଆପ୍? ତେବେ ପବଜି ତଥା ପ୍ଲେୟର ଅନନୋନା ବ୍ୟାଟେଲ ଗ୍ରାଉଣ୍ଡ ଗେମ୍ ଏକ ବ୍ୟାଟେଲ ରୟାଲ ଗେମ୍ ଯାହାକୁ ୨୦୧୭ରେ ଡେସଷ୍ଟପ ପାଇଁ ଲଂଚ କରାଯାଇଥିଲା, ତେବେ ଲଂଚର କିଛି ସମୟ ପରେ ହିଁ ପବଜି ସାରା ବିଶ୍ୱରେ ଫେମସ ଗେମଗୁଡିକ ମଧ୍ୟରେ ସାମିଲ ହୋଇଗଲା । ଏହି ଖେଳରେ ୧୦୦ ପ୍ଲେୟାର ପରସ୍ପର ସହ ଲଢେଇ କରନ୍ତି ଏବଂ ଶେଷରେ ଯିଏ ଏହି ଲଢେଇରେ ଜିତିଲା ସେ ପବଜିରେ ଚିକେନ ଡିନର କରିଥାଏ । ଏହି ଗେମକୁ ପିସି ପାଇଁ ପବଜି କର୍ପୋରେସନ ଦ୍ୱାରା ତିଆରି କରାଯାଇଥିଲା, ଯିଏ କି କୋରିଆନ ଗେମ୍ କଂପାନୀ ବ୍ଲୁହୋଲ୍ର ସବସିଡରୀ । କୋରିଆନ କଂପାନୀ ଚୀନର ବଡ ଗେମିଂ କଂପାନୀ ଟେନସେଂଟଙ୍କ ସହ ହାତ ମିଳାଇ ଥିଲେ । ଅର୍ଥାତ୍ ସାଉଥ୍ କୋରିଆନ କଂପାନୀ ବ୍ଲୁହୋଲରେ ଚୀନ ନିର୍ମାତା ଟେନସେଂଟଙ୍କର ପ୍ରାୟ ୧୦ ପ୍ରତିଶତ ସେୟାର ରହିଛି, ଯିଏକି ପବଜିର ମୋବାଇଲ ଭର୍ସନ ଲଂଚ କରିଥିଲେ । ହେଲେ ଚୀନ ସରକାର ଏହାକୁ ହିଂସକ ତଥା ସଂସ୍କୃତି ବିରୁଦ୍ଧର ଆଖ୍ୟା ଦେଇ ପବଜିକୁ ବନ୍ଦ କରିଦେଇଥିଲେ । ମାତ୍ର ପରବର୍ତୀ ସମୟରେ ଟେନସେଂଟ ପବଜି ଲଭର୍ସଙ୍କ ପାଇଁ ଗେମ୍ ଫର ଫିମ୍ ପ୍ରସ୍ତୁତ କରିଥିଲେ । ତେବେ ପବଜି ମୋବାଇଲର ଏହି କ୍ଲୋନ ଭର୍ସନର ଥିମ୍ ରଖାଯାଇଥିଲା, ଦେଶ ଭକ୍ତି ତଥା ପେଟ୍ରୋଓଟିକ୍ ଗେମ୍ । ଯାହାକୁ ଆପଣ ପବଜିର ଚାଇନିଜ ଭର୍ସନ ବୋଲି କହିପାରିବେ ।
ପବଜି ମୋବାଇଲ ଭର୍ସନକୁ ଚୀନ କଂପାନୀ ଟେନସେଂଟ ଡେଭଲପ କରିଛନ୍ତି । ଯଦି ଏ ଦୃଷ୍ଟିରୁ ଦେଖାଯାଏ ତେବେ ପବଜି ମୋବାଇଲକୁ ବି ଏକ ଚାଇନିଜ ଆପ କୁହାଯାଇପାରେ । ଯଦିଓ ପବିଜ ମୂଳ ଦେଶ ଚୀନ ନୁହେଁ ତେବେ ବାସ୍ତବରେ ପବଜିକୁ କୋରିଆର ଗେମିଂ କଂପାନୀ ବ୍ଲୁହୋଲ ନିର୍ମାଣ କରିଛି । ଭାରତରେ ପବଜିର ଲୋକପ୍ରିୟତା ସବଠୁ ଅଧିକ । ଏକ ରିପୋର୍ଟରେ ଜଣାପଡିଛି ଯେ, ଲକ୍ଡାଉନ୍ ସମୟରେ କେବଳ ମେ ମାସରେ ୨୨ ଲକ୍ଷ ଲୋକ ପବଜି ଖେଳିଛନ୍ତି ଆଉ ଏହି ଗେମକୁ ୧୦ କୋଟିରୁ ଅଧିକ ଥର ଡାଉନଲୋଡ କରାଯାଇସାରିଛି । ତେବେ ଦେଶ ବ୍ୟାପୀ ଚାଇନା ବିରୁଦ୍ଧ ଜାରିରହିଥିବା ବିଦ୍ରୋହ ପରେ ଲୋକେ ଯେଉଁଠି ଟିକଟକ ଭଳି ଆନେକ ଲୋକପ୍ରିୟ ଆପକୁ ଅନଇନଷ୍ଟଲ କରିବାକୁ ପଛଘୁଂଚା ଦେଉନାହାନ୍ତି ସେଠି ପବଜିକୁ ନେଇ କିନ୍ତୁ ୟୁଜର୍ସଙ୍କ ମନରେ ଅନେକ ଭ୍ରମ ସୃଷ୍ଟି ହୋଇଛି । ତେବେ ପବଜିକୁ ସାଉଥ୍ କୋରିଆ କଂପାନୀ ଭାବି ଛାଡି ଦେବେ ନା ଚୀନ କଂପାନୀ ଭାବି ନିଜ ମୋବାଇଲରୁ ହଟାଇବେ ସେଥିନେଇ ଚର୍ଚ୍ଚା ଜୋର ଧରିଛି ।

Comments (0)
Add Comment