ପିଡିଏସ୍ ଦୋକାନ ଦିନତମାମ ଖୋଲାରଖିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏବେ ଲକ୍‌ଡାଉନ୍ ଜାରି ରହିଛି ଯେଉଁଥିପାଇଁ ଉଚିତ ମୂଲ୍ୟ ଦୋକାନ (ଫେୟାର ପ୍ରାଇସ୍ ସପ୍‌)ର କାର୍ଯ୍ୟ ଅବଧି ହ୍ରାସ ପାଇବାର ଆଶଙ୍କା ରହିଛି । ଏହି ଆଶଙ୍କାକୁ ବିଚାରକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ଦ୍ୱାରା ମେ ୧୫, ୨୦୨୧ ଦିନ ଏକ ଉପଦେଶିକା ଜାରି କରାଯାଇଛି । ଏହି ଉପଦେଶିକାରେ ଦିଆଯାଇଥିବା ପରାମର୍ଶ ଅନୁସାରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ମାସର ସମସ୍ତ ଦିନରେ ଉଚିତ ମୂଲ୍ୟ ଦୋକାନ ଖୋଲା ରଖିବା ଏବଂ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା- ପିଏମଜିକେଏୱାଇ-୩ ତଥା ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ- ଏନଏଫଏସଏ ଖାଦ୍ୟାନ୍ନ ବିତରଣ ସାରା ଦିନ କ୍ରମବଦ୍ଧ ଢଙ୍ଗରେ କରିବା ଆବଶ୍ୟକ । ଏହି ଅବଧିରେ ପଡ଼ି ଦୋକାନମାନଙ୍କର ଉପଯୁକ୍ତ ସୁରକ୍ଷିତ ଦୂରତ୍ୱ ରକ୍ଷା ତଥା କୋଭିଡ଼ ୧୯ ପ୍ରୋଟୋକଲର ଅନୁପାଳନ ହେବାକୁ ସୁନିଶ୍ଚିତ କରିବା ସକାଶେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାକୁ ସୁବିଧାଜନକ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଏକଥା ମଧ୍ୟ ସୁନିଶ୍ଚିତ କରିବା ଲାଗି ଅନୁରୋଧ କରାଯାଇଛି ଯେ ପଡ଼ି ଦୋକାନମାନଙ୍କୁ ନିୟମିତ ବଜାର ଖୋଲା ଉପରେ ଲଗାଯାଇଥିବା ପ୍ରତିବନ୍ଧିତ ଘଂଟାରୁ ପୃଥକ୍ ରଖାଯିବା ଆବଶ୍ୟକ ।
ଉପରୋକ୍ତ ଉପାୟ କରିବା ଦ୍ୱାରା ଏହା ନିର୍ଦ୍ଧାରିତ ହେବ ଯେ ବିଭାଗ ସ୍ୱାରା ଜାରି କରାଯାଇଥିବା ପରାମର୍ଶ ଅନୁସାରେ ହିଁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଦ୍ୱାରା ପିଏମଜିକେୱାଇ- ୩ ଏବଂ ଏନଏଫଏସଏ ଅଧୀନରେ ଖାଦ୍ୟାନ୍ନକୁ ସମସ୍ତ ଏନଏଫଏସଏ ହିତାଧିକାରୀମାନଙ୍କୁ କୋଭିଡ଼ ୧୯ ପ୍ରୋଟୋକଲକୁ ବିଧିବଦ୍ଧ ଭାବେ ପାଳନ କରିବା ସହିତ ସୁରକ୍ଷିତ ତଥା ସମୟବଦ୍ଧ ଢଙ୍ଗରେ ଉପଲବ୍ଧ କରାଯାଇପାରିବ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଙ୍କୁ ଏହା ଅନୁରୋଧ କରାଯାଇଛି ଯେ ସେମାନେ ହିତାଧିକାରୀମାନଙ୍କୁ କୌଣସି ଜଟିଳତା ବିନା ପଡ଼ି ଦୋକାନମାନଙ୍କରୁ ଖାଦ୍ୟାନ୍ନର ସମୟୋଚିତ ବିତରଣ ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଏ ସଂପର୍କରେ ଗ୍ରହଣ କରାଯାଇଥିବା ପ୍ରାବଧାନକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରନ୍ତୁ ।

Comments (0)
Add Comment