ନୂଆଦିଲ୍ଲୀ- ମସ୍ତିଷ୍କ  ଅସ୍ତ୍ରୋପଚାର   ପରେ ପୂର୍ବତନ  ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ଜଣାପଡିଛି । ସୂଚାନେଯାଗ୍ୟ  ପ୍ରଣବ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଂଟେନମେଂଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫାରାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତେ୍ରାପଚାର କରାଯାଇଥିଲା । ପୂର୍ବରୁ ମଧ୍ୟ ସେ କରୋନା ପଜିଟିଭ  ଚିହ୍ନଟ  ହୋଇଥିଲେ । ତେବେ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ  ସୁଧାର ଆସିଥିବାରୁ ତାଙ୍କ ପୁଅ  ଅଭିଜିତ  ମୁଖାର୍ଜୀ କହିଛନ୍ତି ଈଶ୍ୱରଙ୍କ କୃପା ଏବଂ  ସମସ୍ତଙ୍କ   ଶୁଭେଛା  ପାଇଁ ସେ ଭଲରେ ଅଛନ୍ତି । ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ତାଙ୍କ ପୁଅ କହିଛନ୍ତି ।