ପୃଥିବୀ ଦିବସ (ଅରର୍ଥ ଡେ) ଅବସରରେ ଗୁଗଲର ସ୍ୱତନ୍ତ୍ର ଡୁଡଲ

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ ଗୁଗଲ ପ୍ରତ୍ୟେକ ସ୍ୱତନ୍ତ୍ର ଅବସରରେ ଡୁଡଲ ପ୍ରସ୍ତୁତ କରିଥାଏ। ଗୁଗଲ ଆଜି ଅର୍ଥାତ ୨୨ ଏପ୍ରିଲରେ ପୃଥିବୀ ଦିବସ (ଅରର୍ଥ ଡେ)ର ଅବସରରେ ଏକ ବିଶେଷ ଡୁଡଲ ପ୍ରସ୍ତୁତ କରିଛି। ଡୁଡଲ ଉପରେ କ୍ଲିକ୍‍ କରିବା ମାତ୍ରେ ଏକ ଭିଡିଓ ଚାଲୁଛି। ଏଥିରେ ଏକ ସ୍ୱତନ୍ତ୍ର ସନ୍ଦେଶ ମଧ୍ୟ ଦେଉଛି। ଅରଥ ଡେ ୨୦୨୧ ଅବସରରେ ପ୍ରସ୍ତୁତ ଗୁଗଲ ଡୁଡଲରେ ପରିବେଶ ପ୍ରତି ଲୋକଙ୍କୁ ଜାଗୃତ କରିବା ପାଇଁ ପ୍ରୟାସ କରିବା ସହ ବୃକ୍ଷରୋପଣ ଜରିଆରେ ବୃକ୍ଷଲତାର ମହତ୍ତ୍ୱ ବୁଝାଇବାକୁ ଚେଷ୍ଟା କରିଛି।
ପୃଥିବୀ ଦିବସ (ଅରର୍ଥ ଡେ)ରେ ପ୍ରସ୍ତୁତ ଗୁଗଲ ଡୁଡଲ ପ୍ରସ୍ତୁତ ଭିଡିଓରେ ଦେଖାଯାଉଛି, ଏକ ମଞ୍ଜିରୁ ସୃଷ୍ଟି ବୃକ୍ଷଟିଏ କିଭଳି ଉଜ୍ଜ୍ୱଳ ଭବିଷ୍ୟ ପ୍ରଦାନ କରିଥାଏ।
ଜାଣନ୍ତୁ କ’ଣ ଅରଥ ଡେ ?
ଆମେରିକା ଲୋକେ ପୃଥିବୀର ପରିବେଶକୁ ରକ୍ଷା କରିବା ପାଇଁ ଆନ୍ଦୋଳନ କରିଥିଲେ। ଏହାପର ଠାରୁ ଲୋକଙ୍କୁ ଜାଗୃତ କରିବା ଉଦ୍ଦେଶ୍ୟରେ ୧୯୭୦ ମସିହା ଏପ୍ରିଲ ୨୨ ତାରିଖରୁ ପ୍ରତ୍ୟେକ ବର୍ଷ ଅରର୍ଥ ଡେ ଅର୍ଥାତ ପୃଥିବୀର ଦିବସ ଭାବେ ପାଳନ କରିଥାଆନ୍ତି।
ପୃଥିବୀ ଦିବସ ପାଳନର ଆରମ୍ଭ ଆମେରିକା ସିନେଟର ଗେଲୋର୍ଡ ନେଲସନ (Gaylord Nelson) ପରିବେଶ ପାଇଁ ଶିକ୍ଷାର ପ୍ରସାର ପାଇଁ ଆରମ୍ଭ କରିଥିଲେ।
ପୃଥିବୀ ଦିବସ ଅର୍ଥାତ ଅରର୍ଥ ଡେ ଶବ୍ଦକୁ ଲୋକଙ୍କ ମଧ୍ୟରେ ସର୍ବ ପ୍ରଥମେ ଜୁଲିୟନ କୋନିଙ୍ଗ (Julian Koenig) ଆଣିଥିଲେ। ୧୯୬୯ରେ ସେ ସର୍ବପ୍ରଥମେ ଲୋକଙ୍କୁ ଏହି ଶବ୍ଦ ସହ ଅବଗତ କରାଇଥିଲେ। ପରିବେଶ ସଂରକ୍ଷଣ ସହ ଜଡିତ ଏହି ଦିନକୁ ପାଳନ କରିବା ପାଇଁ ସେ ନିଜ ଜନ୍ମଦିନ ୨୨ ଏପ୍ରିଲକୁ ଚୟନ କରିଥିଲେ।

Comments (0)
Add Comment