ପ୍ଲାଜମା ଦେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ


ନୂଆଦିଲ୍ଲୀ- କରୋନାରେ ସୁସ୍ଥ ହୋଇସାରିଥିବା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି । ଜୁଲାଇ ୨୫ ତାରିଖରେ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ଅଗଷ୍ଟ ୫ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହସ୍ପିଟାଲରୁ ବାହାରିବା ପରେ ସେ ହୋମ କ୍ୱାରଂନଟାଇନରେ ଅଛନ୍ତି । ଚୌହାନ କହିବା ମୁତାବକ ସଂକ୍ରମିତ ବ୍ୟକ୍ତିଙ୍କୁ ଶିଘ୍ର ଚିହ୍ନଟ କରି ଚିକିତ୍ସା ଯୋଗାଇ ଦେଲେ ସେମାନଙ୍କୁ ବଂଚାଇ ହେବ । ସେଥିପାଇଁ ମଧ୍ୟପ୍ରଦେଶର ନମୂନା ପରୀକ୍ଷା ବଢାଯିବ । ଦୈନିକ ୨୦ ହଜାର ଟେଷ୍ଟ କରିବା ପାଇଁ ସେ ନିର୍ଦ୍ଧଶ ଦେଇଛନ୍ତି ।

Comments (0)
Add Comment