ଫାରୁକଙ୍କ ବୟାନ: ଧାରା ୩୭୦ ଚୀନ୍ ସହାୟତାରେ ଲାଗୁ ହେବ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ନେଇ ଏକ ବିବାଦୀୟ ତଥା ଉତେଜନା
ସୃଷ୍ଟିକାରୀ ବୟାନ ଦେଇଛନ୍ତି । ଚୀନ୍ ସମର୍ଥନରେ ଜମ୍ମୁ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରାଯିବ ଏବଂ ପୂର୍ଣ୍ଣାଙ୍ଗ ରାଜ୍ୟ ମିଳିବ ବୋଲି ଫାରୁକ୍ କହିଛନ୍ତି । ଜମ୍ମୁ କାଶ୍ମୀରରେ ୫ ଅଗଷ୍ଟ ୨୦୧୯ ପୂର୍ବରୁ ଥିବା ସ୍ଥିତି ଫେରାଇ ଆଣିବାକୁ ଫାରୁକ୍ ନିକଟରେ ସଂସଦର ମୌସୁମୀ ଅଧିବେଶନ ସମୟରେ ଦାବି କରିଥିଲେ । ଫାରୁକ୍ କହିଥିଲେ ଯେ କାଶ୍ମୀରରେ ଏବେ ବି ପରିସ୍ଥିତ ସୁଧୁରି ନାହିଁ । ଦେଶରେ ଏବେ ୪-ଜି ଇଂଟରନେଟ ସେବା ଉପଲବ୍ଧ ହେଉଛି ଏବଂ ୫-ଜି ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ କାଶ୍ମୀରରେ ଏବେ ବି ୨-ଜି ନେଟ୍ୱର୍କରେ ହିଁ କାମ ଚଳାଇବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି । ବେକାରୀ ସମସ୍ୟା କାଶ୍ମୀରରେ ଉକôଟ ରୂପ ନେଇଛି ବୋଲି ସେ କହିଥିଲେ । ଭାରତ ସରକାର ପାକିସ୍ତାନ ସହିତ ମଧ୍ୟ କାଶ୍ମୀର ମାମଲାରେ ଆଲୋଚନା କରିବାକୁ ଫାରୁକ୍ ଦାବି କରିଥିଲେ ।

Comments (0)
Add Comment