ନୂଆଦିଲ୍ଲି- ଫେରାର ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତନ ନିଦେ୍ର୍ଧଶାଳୟ(ଇଡି) କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନରୀବ ମୋଦିଙ୍କର ୩୨୯.୬୬କୋଟି ଟଙ୍କାର ସମ୍ପତି ଜବତ କରିଛି ଇଡି । ଜୁନ୍ ମାସ ଆରମ୍ଭରେ ସମ୍ପତି ଜବତ କରିବା ନେଇ ପିଏମଏଲଏ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଏହାପରେ କେନ୍ଦ୍ର ସରକାର ନୀରବ ମୋଦିର ସମସ୍ତ ସମ୍ପତି ଜବତ କରିଥିବା ସୂଚନା ମିଳିଛି । ଇଡି ଜବତ କରିଥିବା ସମ୍ପତି ମଧ୍ୟରେ ମୁମ୍ବାଇ ଚାରୋଟି ଫ୍ଲାଟ୍, ଅଲିବାଗର ଜମି, ଏକ ଫାର୍ମା ହାଉସ, ଲଣ୍ଡନରେ ଫ୍ଲାଟ୍, ଜେସଲେମରରେ ଏକ କାରଖାନା ସମେତ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଏବଂ ଶେୟାର ରହିଛି । ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ନୀରବ ମୋଦିକୁ ବଡ କ୍ଷତି ହୋଇଛି ବୋଲି କୁହାଯାଇଛି । ସୂଚନାଅନୁଯାୟୀ ଏହା ପୂର୍ବରୁ ବି ନୀରବ ମୋଦିର ଅନେକ ସମ୍ପତି ଜବତ କରାଯାଇଛି । ତେବେ ମାର୍ଚ୍ଚ ୨୦୨୦ରେ ନୀରବ ମୋଦିର ସମ୍ପତି ନିଲାମୀ ହୋଇଥିଲା । ଯେଉଁଥିରୁ ସରକାର ୫୧କୋଟି ଟଙ୍କା ଆଦାୟ କରିଛନ୍ତି । ସେହିପରି ନୀରବ ମୋଦି ମାଲିକାନାରେ ଥିବା କିଛି କଳାକୃତିକୁ ମାର୍ଚ୍ଚ ୨୦୧୯ରେ ନିଲାମୀ ଡକାଯାଇଥିଲା ଏଥିରୁ ୫୫ କୋଟି ଆଦାୟ କରିଥିଲା ଇଡି ।