ଫେସବୁକ ପକ୍ଷରୁ ଜାରି ହେଲା କଡା କଟକଣା


ନୂଆଦିଲ୍ଲୀ- ଘୃଣା ଓ ହିଂସା ଉଦ୍ରେକକାରୀ ମନ୍ତବ୍ୟ ଉପରେ କଡା କଟକଣା ଜାରି କରିଛି ଫେସବୁକ । ଏଣିକି ଏଭଳି ମନ୍ତବ୍ୟକୁ ଫୋଷ୍ଟ କଲେ ପ୍ରତିବନ୍ଧକ ଲାଗିବ । ସମସ୍ତଙ୍କ ପାଇଁ ଏହି ନିୟମ ସମାନ ଭାବେ ଲାଗୁ ହେବ । ଫେସବୁକରେ ହେଉଥିବା ପୋଷ୍ଟକୁ ଯାଂଚ କରାଯିବ ଏବଂ ପୋଷ୍ଟ ଯେପରି ଅପଲୋଡ ନହେବ ସେ ନେଇ ବିଶେଷ ଭାବେ ଧ୍ୟାନ ଦିଆଯିବ । ବହୁ ସମୟରେ ଫେସବୁକରେ ଆପତିଜନକ ମନ୍ତବ୍ୟ ପୋଷ୍ଟ କରାଯାଉଥିର ଘଟଣା ସାମ୍ନାକୁ ଅସିଛି । ଗତ ସପ୍ତାହରେ ବେଙ୍ଗାଲୁରୁ ସହରର ଡିଜେ ହାଲି ଅଂଚଳରେ ଏଭଳି ଘଟଣା ଘଟିଥିଲା । ଯାହାଫଳରେ ହିଂସାକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା ।

Comments (0)
Add Comment