ବର୍ଷାରେ ବେହାଲ ମୁମ୍ବାଇ ସହର


ମୁମ୍ବାଇ- ମୁମ୍ବାଇରେ ଭୀଷଣ ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ବିଭିନ୍ନ ସ୍ଥାନରେ ୧୦ରୁ ୧୨ ଫୁଟ ଉଚ୍ଚର ପାଣି ଜମି ରହିଛି । ରେଳ ଠାରୁ ଆରମ୍ଭ କରି ସଡକ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । କେଉଁଠି ନିର୍ମାଣଧୀନ ପାଚେରି ଭୁଶୁଡି ପଡିଛ ତ ଆଉ କେଉଁଠି ଗଛ । ତଳିଆ ଅଂଚଳର ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି । ସେହିପରି ଦକ୍ଷିଣ ମୁମ୍ବାଇର କୋଲାବା ଅଂଚଳରେ ଲଗାଣ ବର୍ଷା ୪୬ ବର୍ଷର ରେକର୍ଡ ଭାଙ୍ଗିଛି । ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ କୋଲବାରେ ଗତ ୨୪ ଘଂଟାରେ ୩୩୧.୮ ମିମି ବର୍ଷା ରେକର୍ଡ କରାଯାଇଛି ।

Comments (0)
Add Comment